ଗୁମ୍ମା ସେରଙ୍ଗ ଘାଟି ରାସ୍ତାରେ ବସ୍ ବାଇକ ମୁହାଁମୁହିଁ ଧକା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ଗୁମ୍ମା ସେରଙ୍ଗ ଘାଟି ରାସ୍ତାରେ ବସ୍ ବାଇକ ମୁହାଁମୁହିଁ ଧକା ହୋଇଛି।ମା ଜାନକୀ ବସ୍ ସେରଙ୍ଗ ଠାରୁ ପାରଳାଖେମୁଣ୍ଡି ଯାଉଥିବା ବେଳେ ବାଇକ ଗୁମ୍ମା ଠାରୁ ସେରଙ୍ଗ ଯାଉଥିଲା।ସକାଳ ୮:୩୦ସମୟରେ ବାଇକକୁ ସାମ୍ନା ପଡୁ ଧୋକା ଦେଇଥିଲା ବସ।ବାଇକ ଆରୋହି ଗୁରୁତ୍ୱର ଆହତ ହୋଇଥିବା ବେଳେ ପ୍ରଥମେ ଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇଥିଲେ।ପରେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।ସେରଙ୍ଗ ପୋଲିସ ପହଁଚି ଦୁଇଟି ଗାଡ଼ି ଅଟକ ରଖିଥିବା ଜଣାପଡ଼ିଛି।ଏନେଇ ସେରଙ୍ଗ ପୋଲିସ ପକ୍ଷରୁ ଘୋଷଣା ସମ୍ପର୍କରେ କୌଣସି ପ୍ରକାର ସୂଚନା ମିଳିପାରିନି।ଅସାବଧାନତା ଯୋଗୁଁ ଦୁର୍ଘଟଣା ଘଟିଥିବା ପ୍ରତ୍ୟକ ଦର୍ଶୀ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ