ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଡ୍ସ ସଚେତନତା ସଭା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)-ଗଜପତି ଜିଲ୍ଲାର ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶ୍ୱ ଏଡ୍ସ ଦିବସ ଉପକ୍ଷେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୋଷାଣୀ ବ୍ଲକ ଅଧିକାରୀ ନୀଳମାଧବ ମାଝି ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏଡ୍ସରୁ ସମାଜକୁ ମୁକ୍ତ ରଖିବା ପାଇଁ ଆହ୍ୱାନ ଦେଇଥିଲେ । ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡଃ.ପତିତପାବନ ବାରିକ,ଡଃ.ଅନ୍ତର୍ଯ୍ୟମୀ ସାହୁ,ବିପିଏମ.ଏମ.ଖଗେଶ୍ୱର ପ୍ରମୁଖ ଏଥିରେ ଯୋଗ ଦେଇ ଏଡ୍ସ ସଚେତନତା ନେଇ ନିଜ ନିଜର ମତ ବ୍ୟକ୍ତ କରିଥିଲେ । ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦର ପିଏଚଇଓ ମମତା ପାଢୀ ଏହି ସଚେତନତା ସଭାର ପରିଚାଳନା କରିଥିଲେ ।


