ଗୁରାଣ୍ଡି ଥାନା ପକ୍ଷରୁ ଯାନବାହାନ ଯାଞ୍ଚ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଗୁରାଣ୍ଡି ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହାନ ଯାଞ୍ଚ କାର୍ଯ୍ୟକ୍ରମ କରାଯାଇଛି । ଗୁରାଣ୍ଡି ଥାନା ଅଧିକାରୀ ରବୀନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ପୋଲିସ ଟିମ ୭ମାଇଲ ଛକ ଠାରେ ଯାଞ୍ଚ କରୁଥିବାର ଦେଖାଦେଇଛି । ଏହି ଯାଞ୍ଚ କାର୍ଯ୍ୟକ୍ରମରେ ମୁଖ୍ୟତଃ ଯାନ ବାହନ ଚାଳକଙ୍କ ହେଲମେଟ, ବିଭିନ୍ନ ଦସ୍ତାବିଜ, ମାସ୍କ ପରିଧାନ, ଅଧିକ ଯାତ୍ରୀ ନେଉଯାଉଥିବା ଅମାନିଆ ଯାନବାହାମାନଙ୍କୁ ଜୋରିମାନା ଆଦାୟ କରିଥିଲେ ।