ଗୁରାଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରରେ ଜଳାତଙ୍କ ଦିବସ ପାଳିତ
ଗୁରାଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରରେ ଜଳାତଙ୍କ ଦିବସ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଗୁରାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଜଳାତଙ୍କ ଦିବସ ପାଳିତ ହୋଇଯାଇଅଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଇନ୍ଚାର୍ଜ ଡାକ୍ତର ପତିତ ପାବନ ବାରିକଙ୍କ ଅଧ୍ୟକ୍ଷତାରେ ଜଳାତଙ୍କ ଦିବସ ପାଳିତ ହୋଇଯାଇଅଛି । ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀଣୀ ମମତା ପାଢୀଙ୍କ ସଂଯୋଜନାରେ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅନଙ୍ଗ ସୁଦନ ଭୂୟାଁ ଓ ଡାକ୍ତର ମିଲନ ଅଧିକାରୀ ଅତିଥି ଭାବେ ଯୋଗ ଦେଇ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଆଲୋଚନାରେ ଡାକ୍ତର ପତିତ ପାବନ ବାରିକ କହିଥିଲେ ଜଳାତଙ୍କ ରୋଗ ଏକ ଭୂତାଣୁ ଜନିତ ରୋଗ । ପାଗଳା କୁକୁର ବିଲୁଆ, ଗଧିଆ, ବାଦୁଡି, ନେଉଳ ଆଦି କାମୁଡିଲେ ଏହି ରୋଗ ମଣିଷକୁ ହୋଇଥାଏ । ଏହି ରୋଗର ରକ୍ଷା ପାଇବା ପାଇଁ ହେଲେ ଗୃହପାଳିତ କୁକୁରକୁ ନିଶ୍ଚିତ ପ୍ରତିଶେଧକ ଟୀକା ଦେବା ଜରୁରୀ ଅଟେ । ଏଭଳି ପ୍ରାଣୀ କାମୁଡିଲେ କିମ୍ବା ସେମାନଙ୍କ ଲାଳ ପାଟି, ନାକ, ଆଖି ଚର୍ମ ଆଦିରେ ଲାଗିଲେ ତୁରନ୍ତ ସାବୁନରେ ଧୋଇ ସଫା କରିବା ପାଇଁ ସଚେତନତା କରାଯାଇଥିଲା । ଏହା ସହ ନିକଟସ୍ଥ ମେଡିକାଲକୁ ତୁରନ୍ତ ଯାଇ ଡାକ୍ତରଙ୍କ ପରାମର୍ଶ କରି ଜଳାତଙ୍କ ପ୍ରତିଷେଧକ ଟୀକା ନିଅନ୍ତୁ ବୋଲି କହିଥିଲେ । ଏହି ସଭାରେ ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀ ଉପସ୍ଥିତ ରହି ପରିଚାଳନା କରିଥିଲେ । ଶେଷରେ ବିପିଏମ୍ ଏମ୍.ଖଗେଶ୍ୱର ରାଓ ଧନ୍ୟବାଦ ଜଣାଇଥିଲେ ।