ଗୁରୁଙ୍କୁ ସମ୍ମାନ ଜଣାଇ ବୃକ୍ଷରୋପଣ
ଭୁବନେଶ୍ୱର, : ଗୁରୁ ହିଁ ବ୍ରହ୍ମା, ଗୁରୁ ହିଁ ବିଷ୍ଣୁ, ଗୁରୁଦେବ ମହେଶ୍ୱର । ଗୁରୁ ହେଉଛନ୍ତି ଜ୍ଞାନଦାତା । ତାଙ୍କ ବିନା ଜ୍ଞାନ, ବିଦ୍ୟା ଅନ୍ଧାରମୟ । ତେଣୁ ଗୁରୁଙ୍କୁ ସମ୍ମାନ ଜଣାଇବା ପାଇଁ ସ୍ୱେଚ୍ଛାସେବୀ ସେବା କେନ୍ଦ୍ର ପକ୍ଷରୁ ବମିଖାଲସ୍ଥିତ ଦେବରାଜ ବିଦ୍ୟାପୀଠ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । କେନ୍ଦ୍ର ସମ୍ପାଦକ ବାପି ନାୟକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ କହିଥିଲେ ଯେ, ଗୁରୁଙ୍କ ପାଇଁ ଗଛଟିଏ ଲଗାଇ ତାହାର ଯତ୍ନ ନେଲେ ଗୁରୁଙ୍କୁ ପ୍ରକୃତ ସମ୍ମାନ ମଳିଥାଏ । ଏହି କାର୍ଯ୍ୟକ୍ରମରେ ବିଜେବି କଲେଜର ପୂର୍ବତନ ଅଧ୍ୟକ୍ଷ ତଥା କେନ୍ଦ୍ର ସଭାପତି ପ୍ରଫେସର ମହମ୍ମଦ ନୱାଜ ହାସନ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଏକ ସୁସ୍ଥ ଏବଂ ସ୍ୱଚ୍ଛ ପରିବେଶ ଗଠନ କରିବା ପାଇଁ ଆହ୍ୱାନ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧୁସୂଦନ ଦେ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାଗର ପ୍ରଧାନ, ସନ୍ଧ୍ୟାରାଣି ସ୍ୱାଇଁ, ସୁଧାଂଶୁ ନାୟକ, ରାଜେନ୍ଦ୍ର ବିଶ୍ୱାଳ, ସନ୍ତୋଷ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ ।