ଗୁରୁତର ଅବସ୍ଥାରେ ଯୁବକ ଉଦ୍ଧାର ଡାକ୍ତରଖାନାରେ ଭର୍ତ୍ତି

କେନ୍ଦୁଝର ଜିଲା ପାଟଣା ଥାନା ମୁଖ୍ୟାଳୟସ୍ଥିତ ସଁରାପଶି ଗ୍ରାମରେ ବନ୍ଦ ପଡ଼ିଥିବା ଏକ ଆବାସିକ ଶିଶୁମନ୍ଦିର ପ୍ରକୋଷ୍ଠରୁ ଶୁକ୍ରବାର ସକାଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ଯୁବକଙ୍କୁ ଘର ଲୋକେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଯୁବକ ଜଣକ ହେଉଛନ୍ତି ରହିଦାସ ମହାନ୍ତଙ୍କ ୨୮ବର୍ଷର ବିବାହିତ ପୁଅ ଦୀପକ ମହାନ୍ତ। ଦୀପକଙ୍କ ଗୁପ୍ତାଙ୍ଗକୁ କେହି ଧାରୁଆ ଅସ୍ତ୍ରରେ କାଟି ଦେଇଥିବା ଅନୁମାନ କରାଯାଉଛି। ଦୀପକ ଜଣେ ଟେଣ୍ଟମାଲିକ। ସୂଚନା ଅନୁଯାୟୀ, ଦୀପକ ସକାଳୁ ଉଠି ଶୌଚ ହେବା ପାଇଁ ଘରୁ ବାହାରି ଯାଇ ଆଉ ଫେରି ନ ଥିଲେ। ଦୀପକଙ୍କ ବାପା ବହୁ ଖୋଜାଖୋଜି କରିବା ପରେ ଘର ନିକଟରେ ଥିବା ଏକ ପରିତ୍ୟକ୍ତ ସ୍କୁଲ ଘରୁ ତାଙ୍କୁ ଉଦ୍ଧାର କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପାଟଣା ଏବଂ ପରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ