ଗୁରୁତର ଆହତ ଶିଶୁର ଚିକିତ୍ସା ପାଇଁ ସହଯୋଗର ହାତ ବଢ଼ାଇଲା ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ

ହାଟଡିହି,(ଓ୍ବାଇଏନ୍ଏସ୍) : ହାଟଡିହି ଗ୍ରାମର ଡମ୍ବରୁଧର ବେହେରାଙ୍କ ୬ବର୍ଷର ଶିଶୁପୁତ୍ର ଉପରେ ଗରମ ପେଜ ଢ଼ାଳି ହୋଇପଡିଥିବାରୁ ସେ ଗୁରୁତର ଆହତ ହୋଇଥିଲେ । ଶିଶୁଟିର ଦେହର ଏକତୃତୀୟାଶଂ ପୋଡି ଯାଇଥିଲା । ପରିବାର ଲୋକେ ତୁରନ୍ତ ଆନନ୍ଦପୁର ୁପଖଣ୍ଡ ଚିକିତ୍ସାଳୟକୁ ନେଇ ଚିକିତ୍ସା କରିଥିଲେ ମଧ୍ୟ କୋଭିଡ ପାଇଁ ଡାକ୍ତର ତାକୁ ପ୍ରାଥମିକ ଚିକିତ୍ସା କରି ଘରକୁ ପଠାଇ ଦେଇଥିଲେ । ଗରମ ପେଜର ପ୍ରଭାବରେ ଶିଶୁଟିର ଦେହସାରା ଘା ହୋଇ ଯାଇଥିବାବେଳେ ଆବଶ୍ୟକ ଅର୍ଥର ଅଭାବରୁ ଉପଯୁକ୍ତ ଚିକିତ୍ସା ପାଇ ପାରୁନଥିଲେ । ସାମାଜିକ ଗଣମାଧ୍ୟମରେୁ ଏଖବର ପାଇ ଆଜି ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା, ସଭାପତି ଉମାକାନ୍ତ ରାଉତ, ସମ୍ପାଦକ ଅର୍ଜୁନ ଖଣ୍ଡା, ସଦସ୍ୟା ଶ୍ରୀକ୍ଷେତ୍ରୀ ରାଜଲକ୍ଷ୍ମୀ ବେହେରା ପ୍ରମୁଖ ତାଙ୍କ ଘରକୁଯାଇ ଆର୍ôଥକ ସହାତା ପ୍ରଦାନ କରିବା ସହିତ ଚିକିତ୍ସା ପାଇଁ ଅଧିକ ସହାୟତା ଯୋଗାଇ ଦେବାର ପ୍ରତିଶୃତି ଦେଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ