ଗୁରୁତର ମା’କୁ ଦେଖି ପାରିଲେନି ଦୁଇ ଝିଅ-ଅନୁମତି ଦେଲାନି ପ୍ରଶାସନ, ଅଧା ବାଟରୁ କାନ୍ଦି କାନ୍ଦି ଫେରିଗଲେ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କରୋନା କଟକଣା ଯୋଗୁ ଗୁରୁତର ମା’କୁ ଦେଖିବାକୁ ଆସିଥିବା ଦୁଇ ଝିଅଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଗଲା ନାହିଁ। ଗୁରୁତର ମା’କୁ ଦେଖି ନ ପାରି ଅଧାବାଟରୁ କାନ୍ଦି କାନ୍ଦି ଫେରିଗଲେ ଦୁଇ ଝିଅ। କରୋନା ଯୋଦ୍ଧା ଜଣେ ବରିଷ୍ଠ ସାମ୍ବାଦିକଙ୍କ ଏହି ଦୁଇ ଝିଅ ବ୍ରହ୍ମପୁରରୁ ଫୁଲବାଣୀ ଆସିଥିଲେ ନିଜ ଗୁରୁତର ମା’ଙ୍କୁ ଦେଖା କରିବାକୁ। ହଟ୍‍ସ୍ପଟ୍‍ ଜିଲାରୁ ଆସିଥିବାରୁ ସେମାନଙ୍କୁ ଫୁଲବାଣୀରେ ପ୍ରବେଶ ପାଇଁ ଅନୁମତି ଦିଆନ ଯାଇ ପୁଣି ବ୍ରହ୍ମପୁର ଫେରି ଯିବାକୁ କୁହାଯାଇଥିଲା। ସେମାନେ ହତାଶରେ ପୁଣି ବହୁ କଷ୍ଟରେ ବ୍ରହ୍ମପୁର ଫେରି ଯାଇଥିବା ଜଣାପଡ଼ିଛି।ଶୁକ୍ରବାର ଫୁଲବାଣୀର ଜଣେ ବରିଷ୍ଠ ସାମ୍ବାଦିକଙ୍କ ପତ୍ନୀ ସ୍ୱାସ୍ଥ୍ୟ ଗୁରୁତର ଥିବା ବେଳେ ତାଙ୍କୁ ଦେଖିବାକୁ ବ୍ରହ୍ମପୁରରୁ ତାଙ୍କ ଦୁଇ ଝିଅ ଆସୁଥିଲେ। ସେମାନେ ଗଞ୍ଜାମ ପ୍ରଶାସନର ଅନୁମତି ନେଇ ଆସୁଥିଲେ। ହେଲେ କଳିଙ୍ଗା ନାକାପୋଷ୍ଟରେ ସେମାନଙ୍କୁ କନ୍ଧମାଳକୁ ପ୍ରବେଶ ପାଇଁ ଅନୁମତି ଦିଆ ଦିଆନଯିବାରୁ ବାଧ୍ୟ ହୋଇ ସେମାନେ ବିଳମ୍ବିତ ରାତିରେ କାନ୍ଦି କାନ୍ଦି କଳିଙ୍ଗାରୁ ଫେରି ଯାଇଥିଲେ।କରୋନାକୁ ଖାତିର ନ କରି ବିପଦଶଙ୍କୁଳ ସ୍ଥାନକୁ ଯାଇ ଟିକିଟିଖି ଖବର ସଂଗ୍ରହ କରି ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି ସାମ୍ବାଦିକ। କରୋନା ଭୂତାଣୁ, ଏହାର ସଂକ୍ରମିତ କାରଣ, ଜନ ସଚେତନତା ସୃଷ୍ଟି ସାଙ୍ଗକୁ ସରକାର ନେଉଥିବା ବିଭିନ୍ନ ପଦକ୍ଷେପ ଜନସାଧାରଣଙ୍କ ନିକଟରେ ପହଞ୍ଚାଇ ଗଣମାଧ୍ୟମ ପ୍ରତିନିଧି ପ୍ରଶଂସିତ ହୋଇଛନ୍ତି। ସାମ୍ବାଦିକଙ୍କ ମାଧ୍ୟମରେ ପରିବେଷିତ ତଥ୍ୟକୁ ଜାଣିବା ପାଇଁ ଦିନରାତି ଚାତକ ପରି ଅନେଇ ବସିଥାନ୍ତି ସରକାର, ପ୍ରଶାସନ ଓ ଜନସାଧାରଣ। ସବୁବେଳେ ଯିଏ ଜନସାଧାରଣ ଓ ପ୍ରଶାସନ ପାଇଁ କାମ କରୁଛି ସେହି ସାମ୍ବାଦିକଙ୍କ ପୁଅଝିଅଙ୍କୁ ସହାୟତା କରିବା ପରିବର୍ତ୍ତେ ଅସହଯୋଗ କରିଛି କନ୍ଧମାଳ ଜିଲା ପ୍ରଶାସନ। ଜଣେ ବରିଷ୍ଠ ସାମ୍ବାଦିକଙ୍କ ପତ୍ନୀ ଗୁରୁତର ଥିବା ଖବର ପାଇ ତାଙ୍କ ଦୁଇ ଝିଅଙ୍କୁ ଫୁଲବାଣୀ ପ୍ରବେଶ ପାଇଁ ମନା କରି ଦିଆଯାଇଥିଲା। ସେମାନେ ଗଞ୍ଜାମ ଜିଲା ପ୍ରଶାସନର ଅନୁମତି ନେଇ ବ୍ରହ୍ମପୁରରୁ ଫୁଲବାଣୀ ଆସୁଥିବାବେଳେ କଳିଙ୍ଗା ନାକା ଗେଟ୍‍ରେ ଛଡ଼ା ଯାଇନଥିଲା ଏବଂ ସହାୟତା ପ୍ରଦାନ କରିବା ପରିବର୍ତ୍ତେ ପୁଣି ବ୍ରହ୍ମପୁର ଫେରି ଯିବାକୁ କୁହାଯାଇଥିଲା। କରୋନା ଯୋଦ୍ଧା ମାନ୍ୟତା ପାଇ କାର୍ଯ୍ୟ କରୁଥିବା ସାମ୍ବାଦିକଙ୍କ ପ୍ରତି ଏଭଳି ଜିଲା ପ୍ରଶାସନର ଏଭଳି ମନୋଭାବକୁ ସମଗ୍ର ରାଜ୍ୟରେ ନାପସନ୍ଦ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ