ମିଳିଲାନି ପ୍ରଶାସନିକ ସହଯୋଗ୨୧୦ କିମି ଚାଲିଚାଲି ବୌଦ୍ଧରେ ପହଂଚିଲେ ତିନି ଯୁବକ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କ‌ରୋନା ପାଇଁ ମଣିଷ ପଣିଆ ହଜି ଯାଇଛି। ଏମିତି ନଜିର ବହୁ ସ୍ଥାନରେ ଦେଖିବାକୁ ମିଳୁଛି। ହେଲେ ପ୍ରଶାସନ ଓ ପୁଲିସ ବି ବିପଦରେ ପଡିଥିବା ଲୋକଙ୍କୁ ସାହାଯ୍ୟ କରିବା କଥ ଭୁଲି ଯିବା ଘଟଣା ଆଜି ଏଠାରେ ଘଟିଛି। ୩ ଜଣ ଯୁବକ ବ୍ରହ୍ମପୁରରୁ ୪ ଦିନ ହେଲା ୨୧୦ କିଲୋମିଟର ଚାଲିଚାଲି ଭୋକ ଉପାସରେ ଭାୟା କନ୍ଧମାଳ ଦେଇ ବୌଦ୍ଧରେ ପହଞ୍ଚିଛନ୍ତି। ବୌଦ୍ଧ ଜିଲ୍ଲାର ତୁଷାର କୁମାର ସାହୁ, କମଳ ଦେହୁରୀ ଓ ମନୋକ ଭୁକ୍ତା ବ୍ରହ୍ମପୁରର ଏକ ହୋଟେଲରେ କାମ କରୁଥିଲେ।କରୋନା କଟକଣା ପାଇଁ ଆଜକୁ ୪ ମାସ ହେଲା ହୋଟେଲ ବନ୍ଦ ରହିଛି। ଯାନବାହାନ ଚଳାଚଳ ବନ୍ଦ ଥିବାରୁ ସେମାନେ ଗାଁକୁ ଆସିବାକୁ ଚାହିଁଲେ ବି ତାହା ସମ୍ଭବ ହୋଇ ନଥିଲା। ତେଣୁ ସେମାନେ ବ୍ରହ୍ମପୁର ସହରର ଜଣେ ସାଙ୍ଗ ପାଖରେ ମାସେ ହେଲା ରହିଥିଲେ। ପାଖରେ ଥିବା ଟଙ୍କା ସରି ଯିବାରୁ ସେମାନେ ଘରକୁ ଆସିବାକୁ ବାହାରିଥିଲେ। କୌଣସି ଗାଡିର ବ୍ୟବସ୍ଥା କରିବାକୁ ସେମାନେ ପ୍ରଶାସନ ଓ ପୁଲିସକୁ କହିଥିଲେ। ହେଲେ କେହି ବି ଗାଡିର ବ୍ୟବସ୍ଥା ନ କରି ଚାଲିଚାଲି ଯିବାକୁ କହିଥିଲେ ବୋଲି ସେମାନେ କହିଛନ୍ତି। ଶେଷରେ ବାଧ୍ୟ ହୋଇ ଗତ ୨୯ ତାରିଖ ସଂଧ୍ୟାରୁ ବ୍ରହ୍ମପୁରରୁ ଚାଲିବା ଆରମ୍ଭ କରିଥିଲେ।୩ ଜଣ ଯୁବକ ଫୁଲବାଣୀ ଦେଇ ବୌଦ୍ଧ ଯାଉଥିବା ଖବର ପାଇ ପୁଲିସ ଓ ସରକାରୀ ଅଧିକାରୀ ସେମାନଙ୍କୁ ଏଫସିଆଇ ଛକରେ ଅଟକାଇ ଥିଲେ। ସେମାନଙ୍କ ଦୁଃଖ କହି ଥିଲେ ବି କେହି ବି ସାହାଯ୍ୟ କରି ନଥିଲେ । ଶୀଘ୍ର ଫୁଲବାଣୀ ଛାଡି ଯିବାକୁ କୁହାଯାଇଥିଲା ବୋଲି ସେମାନେ କହିଥିଲେ। ଭୋକ ଉପାସରେ ୩ ଜଣ ଚାଲିଚାଲି ଯାଉଥିବା ଖବର ପାଇ କିଛି ଗଣମାଧ୍ୟମ ପ୍ରତିନିଧି ପହଞ୍ଚି ସେମାନଙ୍କୁ ବିସ୍କୁଟ ଓ ପାଣି ବଟଲ ଦେଇଥିଲେ। ବିସ୍କୁଟ ଖାଇ ଓ ପାଣି ପିଇ ସେମାନେ ଚାଲିଚାଲି ଯାଇ ସଂଧ୍ୟାରେ ଘର ପହଞ୍ଚିଥିବା ନେଇ ଫୋନରେ ଜଣାଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ