ଗୁରୁଦିବସରେ ଶୁଭାରମ୍ଭ ହେବ ‘ମଧ’ୁ ଆପ୍

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଗଞ୍ଜାମ ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ ତଥା ଜିଲ୍ଲାର ସବୁ ବିଦ୍ୟାଳୟର ଓଡିଆ ମାଧ୍ୟମ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ପାଠପଢା ପାଇଁ ମୋବାଇଲ୍ ଆପ୍ ‘ମଧୁ’ ଆପ୍ ପ୍ରସ୍ତୁତ କରାଯାଇଛି । ଏହି ଆପ୍ ସେପ୍ଟେମ୍ବର ୫ ତାରିଖ ତଥା ଗୁରୁଦିବସରେ ଶୁଭାରମ୍ଭ ହେବାକୁ ଯାଉଛି । ଅଗଷ୍ଟ ମାସରେ ୫ମ,୬ଷ୍ଠ,୭ମ ଓ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବିଜ୍ଞାନ ଓ ଗଣିତ ବିଷୟର ବିଭିନ୍ନ ବିଷୟକୁ ଅଭିଜ୍ଞ ଶିକ୍ଷକଶିକ୍ଷୟିତ୍ରୀ ଶିକ୍ଷାଦାନ ବେଳେ ରେକର୍ଡିଂ ହୋଇଥିବା ୨୫ ଗୋଟି ଭିଡିଓକୁ ବୁଧବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଦେଖିଥିଲେ । ଶିକ୍ଷାଦାନ ବେଳେ ରେକର୍ଡିଂ ହୋଇଥିବା ଭିଡିଓ ଉତ୍ତମ ହୋଇଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଏଥିସହ ମଧୁ ଆପ୍ର ଲୋଗକୁ ମଧ୍ୟ ଜିଲ୍ଲାପାଳ ଚୟନ କରିଛନ୍ତି । ଆସନ୍ତା ଗୁରୁଦିବସରେ ରେକର୍ଡିଂ ହୋଇଥିବା ଭଡିଓକୁ ମଧୁ ଆପ୍ରେ ଅପଲୋଡ କରାଯିବ । ଏହାକୁ ଉକ୍ତ ଦିନରେ ଜିଲ୍ଲାରେ ଶୁଭାରମ୍ଭ ହେବ । ସେହିପରି ସେପ୍ଟେମ୍ବର ମାସରେ ମଧ୍ୟ ଶିକ୍ଷକଙ୍କ ଶିକ୍ଷାଦାନ ରେକର୍ଡିଂ ଭିଡିଓକୁ ମଧ୍ୟ ଆପ୍ରେ ଅପଲୋଡ୍ କରାଯିବ । ଏହି ପ୍ରକ୍ରିୟା ଜିଲ୍ଲାରେ ଲଗାତର ଚାଲୁ ରହିବ । ଆସନ୍ତାଦିନରେ ପ୍ରଥମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ତ ବିଷୟର ଜିଲ୍ଲାର ବଛାବଛା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଶିକ୍ଷାଦାନ ରେକର୍ଡିଂକୁ ମଧ୍ୟ ଏହି ଆପ୍ର ଅପଲୋଡା କରାଯିବାର ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାପାଳ ଆହୁରୀ କହିଛନ୍ତି ଯେ, ସାଂପ୍ରତିକ ପରିସ୍ଥିତିରେ ବିଭିନ୍ନ କ୍ଷେତ୍ରରେ ଡିଜାଟାଲ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଛି । ଏହାକୁ ଶିକ୍ଷା କ୍ଷେତ୍ରରେ ବି ଉପଯୋଗ କରାଯାଉଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ମଧୁ ଆପ୍ ଦ୍ୱାରା ଛାତ୍ରଛଆତ୍ରୀ ବହୁମାତ୍ରାରେ ଉପକୃତ ହୋଇପାରିବେ । ୫ମ,୬ଷ୍ଠ,୭ମ ଓ ୮ମ ଶ୍ରେଣୀର ପିଲା ଗଣିତ ଓ ବିଜ୍ଞାନ ବିଷୟକୁ ଏହି ଆପ୍ ଜରିଆରେ ପଢିପାରିବେ । କୌଣସି ଛାତ୍ରଛାତ୍ରୀ କିଛି ସମସ୍ୟା କାରଣରୁ ଯଦି ବିଦ୍ୟାଳୟରେ ଅନୁପସ୍ଥିତି ରହୁଛନ୍ତି କିମ୍ବା ବିଦ୍ୟାଳୟରେ ପଢାଯାଇଥିବା ବିଷୟକୁ ଠିକ୍ ଭାବେ ବୁଝି ପାରିନାହାନ୍ତି ତାହା ହେଲେ ସେମାନେ ଏହି ଆପ୍ର ସହାୟତା ନେଇପାରିବେ । କାରଣ ବିଦ୍ୟାଳୟ ପରେ ଛାତ୍ରଛାତ୍ରୀମାନେ ମୋବାଇଲ ଫୋନ ଓ ଟେଲିଭିଜନ ପ୍ରତି ଆଗ୍ରହ ଦେଖାଉଥିବାରୁ ଏହି ଆପ୍ ସେମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଜିଲ୍ଲାପାଳ କହିଛନ୍ତି । ଆଜରି ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିକାରୀ ଡ.ସନାତନ ପଣ୍ଡା, ଛତ୍ରପୁର ବିଇଓ ଅବିନାଶ ଶତପଥୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ