ଗୁରୁଦିବସରେ ସ୍ୱାସ୍ଥ୍ୟ ସଂର୍ପକିତ ସଚେତନତା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

ନାଉଗାଁ,(ଓ୍ବାଇଏନ୍ଏସ୍):ପବିତ୍ର ଗୁରୁଦିବସ ଅବସରରେ ନାଉଗାଁ ବ୍ଳକ ଅନ୍ତର୍ଗତ ତିହୁଡାସ୍ଥିତ ଉତ୍କଳ ଭାରତୀ କଳା ବିକାଶ କେନ୍ଦ୍ର ପକ୍ଷରୁ କୋଭିଡ୍ ନିୟମକୁ ମାନି ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଇ ଗୁରୁଦିବସ ପାଳନ କରାଯାଇଥିଲା । ଏଥିରେ ପାରମ୍ପରିକ ଗୁରୁ ପୂଜା ସହିତ ସ୍ୱାସ୍ଥ୍ୟ ସୁରକ୍ଷା ଓ ପରିବେଶ ସୁରକ୍ଷାର ବାର୍ତା ଦିଆଯିବା ସହ ପିଲାମାନେ ଯୋଗ ଶିକ୍ଷା ଓ ବୃକ୍ଷରୋପଣ ପରି କେତେକ ଗଠନ ମୂଳକ କାର୍ଯ୍ୟ କରିଥିଲେ । ପରେ ଅନୁଷ୍ଠାନର ସଂପାଦକ ସୁକାନ୍ତ କୁମାର ଲେଙ୍କାଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶାର ଖ୍ୟାତନାମା ସଂଗୀତ ନିର୍ଦ୍ଦେଶକ ପ୍ରତାପ ରୁଦ୍ର ବିଶ୍ୱାଳ, ଗୁରୁ ମୀନାକ୍ଷୀ ସ୍ୱାଇଁ, ବିଶିଷ୍ଠ କଣ୍ଠ ଶିଳ୍ପୀ ରାଜ କିଶୋର ଗାଆଣ ଓ କେନ୍ଦ୍ର କୋଷାଧ୍ୟକ୍ଷ ଝୁନିବାଳା ଲେଙ୍କା ପ୍ରମୂଖ ଯୋଗ ଦେଇ ପିଲାମାନଙ୍କୁ ଭାରତୀୟ ଗୁରୁ ପରମ୍ପରାର କେତେକ ଆଦର୍ଶ ଗୁରୁ ଓ ସମର୍ପିତ ଶିଷ୍ୟମାନଙ୍କର ଜୀବନ ଚର୍ଯ୍ୟାକୁ ଉଦ୍ଧାର କରି ନିଷ୍ଠା ବଳରେ ଶିଷ୍ୟମାନେ ଅସାଧ୍ୟ ସାଧନ କରି ପାରିବେ ବୋଲି ପରାମର୍ଶ ଦେଇଥିଲେ । ଆଗାମୀ ଦିନରେ ସଂଗୀତ, ନୃତ୍ୟ ଓ ବାଦ୍ୟ ଶିକ୍ଷା କରିବା ସହିତ ସାମାଜିକ ସାଂସ୍କୃତିକ ଓ ଅଧ୍ୟାତ୍ମିକ ସଚେତନ ଧର୍ମୀ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ ବୋଲି ଅନୁ୍‌ଷ୍ଠାନ ପକ୍ଷରୁ କୁହାଯାଇଛି । କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଶିଷ୍ୟ ଓ ଶିଷ୍ୟାମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ