ଗୁରୁ ଭଗବାନ ସାହୁଙ୍କ ଶ୍ରାଦ୍ଧ ବାର୍ଷିକୀ ରେ ଆତ୍ମଦର୍ଶନ ପୁସ୍ତକ ଉନ୍ମୋଚିତ

ବରଗଡ଼, (ଯୁଗାବ୍ଦ ନ୍ୟୁଜ):ରବିବାର ଦିନ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ସ୍ଥିତ ସୁର ସଂଗମ ସାଂସ୍କୃତିକ ସଂସଦ ଆନୂକୁଲ୍ୟରେ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କ ୨୪ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ନାଟ୍ୟକାର ନିର୍ଦ୍ଦେଶକ ସଂଗୀତଜ୍ଞ ନିସାର ଅହମ୍ମଦ ନିସାର ଙ୍କ ଦ୍ଵାରା ଗୁରୁ ବନ୍ଦନା ଏବଂ ସଭାପତିତ୍ବରେ ଏବଂ କବି ଚିତ୍ତରଞ୍ଜନ ବିଶ୍ବାଳ ସଂଯୋଜନା ରେ ମୁଖ୍ୟ ଅତିଥି କଳା ସଂସ୍କୃତି ଗବେଷକ ସାଲେଗ୍ରାମ ହୋତା ସମ୍ମାନିତ ଅତିଥି ସାହିତ୍ୟିକ ସତ୍ୟ ନାରାୟଣ ଦାଶ କବି ପ୍ରଶନ୍ନ କୁମାର ମେହେର କଳା ନିର୍ଦ୍ଦେଶକ ଗୈାରୀଶଙ୍କର ବେଜ କଵି ଋଷଭ ପ୍ରଧାନ ଗିତିକାର ଧର୍ମ ସିଂ ମିଶ୍ର, ମୁଖ୍ୟ ବକ୍ତା ସାହିତ୍ୟିକ କବି ଦେବେନ୍ଦ୍ର କୁମାର ମିସ୍ତ୍ରୀ, ପ୍ରମୁଖ ଯୋଗଦାନ କରି ପଶ୍ଚିମ ଓଡ଼ିଶା ଭାଷା କଳା ସଂସ୍କୃତି ର ମୂଳଦୁଆ ଗୁରୁ ଭଗବାନ ସାହୁ ଅବହେଳିତ ହେବା କଳା ସଂସ୍କୃତି ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ବୋଲି ବକ୍ତବ୍ୟ ପ୍ରଦାନ କରି ମରଣୋତ୍ତର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିବାକୁ ଦାବି କରିଥିଲେ ।ଏହାପରେ ଗୁରୁ ଭଗବାନ ସାହୁଙ୍କ ଉପରେ କବିତା ପାଠ କରାଯାଇଥିଲା, ଓ ଅତିଥି ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ! ଏହି ଅବସରରେ କବି ପ୍ରଶନ୍ନ କୁମାର ମେହେରଙ୍କ କବିତା ସଙ୍କଳନ ଆତ୍ମଦର୍ଶନ ପୁସ୍ତକ ଉନ୍ମୋଚିତ ହୋଇଥିଲା !ସଭା ଆୟୋଜନ ରେ କବିୟତ୍ରି ଅହଲ୍ୟା ମଲ୍ଲିକ ନୃତ୍ୟଗୁରୁ ତପସ୍ୟା ନାଏକ, ବିରେନ୍ଦ୍ର ବେହେରା, ସଂଗୀତା ବାଗ ସହଯୋଗ କରିଥିଲେ ।ଶେଷରେ ସଂପାଦକ ସରୋଜ ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ