ଶତ୍ରୁକୁ ସଂହାର କରିବ ସାଗର କବଚ

କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ ) :-ଶତ୍ରୁ ସଂହାର କରିବା ସହ ଆତଙ୍କବାଦୀ ଙ୍କୁ ପ୍ରବେଶ ନ କରାଇବା ପାଇଁ ନୌସେନା ଅଭିନବ ଉପାୟ।ଚଳିତ ବର୍ଷ ର ପ୍ରଥମ ଥର ପାଇଁ ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳରେ ଦୁଇ ଦିନିଆଁ ମିଳିତ ସମରାଭ୍ୟାସ “ସାଗର କବଚ ” ଅଥବା “ସି ଭିଜିଲ “ଅନୁଷ୍ଠିତ ହୋଇଯାଇଛି। ଉପକୂଳ ସୁରକ୍ଷା ବ୍ୟବସ୍ଥା କୁ ତଦାରଖ କରିବାକୁ ପ୍ରଥମ ଦିନରେ ମଙ୍ଗଳବାର ସକାଳ ଠାରୁ ଆରମ୍ଭ ହୋଇଥିବା  ସମରାଭ୍ୟାସ “ସାଗର କବଚ “ଅଥବା “ସି ଭିଜିଲି “ଏହା ଦୁଇ ଦିନ ଚାଲିବ । ୨୬/୧୧ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ରେ ସମଗ୍ର ଭାରତ ଦୋହଲିଯିବା ପରେ ଉପକୂଳ ସୁରକ୍ଷାବ୍ୟବସ୍ଥା କୁ ତଦାରଖ କରିବାକୁ ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ତରଫରୁ ପ୍ରତ୍ୟେକ ବର୍ଷ ଭଳି ଆୟୋଜିତ ହୋଇଛି ମିଳିତ ସମରାଭ୍ୟାସ “ସାଗର କବଚ “। ଉପକୂଳ ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳର ନୂଆଗଡ, କାଳିଆକଣ, ସହନ,ସୁଦିକେଶର, ଗୁଣ୍ଡଳବା ସମେତ ନୌସେନା ଓ ପୋଲିସ ର ରଣକୌଶଳ ପ୍ରଦର୍ଶନ କରାଯାଇଛି। ସାମୁଦ୍ରିକ ସୀମାରେ ଅନୁପ୍ରବେଶ ରୋକିବା ଲକ୍ଷ୍ୟରେ ପ୍ରଥମ ଦିନରେ ମଙ୍ଗଳବାର ସକାଳ ୬ରୁ ଆରମ୍ଭ ହୋଇଥିବା  ସମରାଭ୍ୟାସ କୁ ନୂଆଗଡ ଜେଠି ନିକଟରେ ପୁରୀ ଅତିରିକ୍ତ ଏସ୍ପି ସଚିନ ପଟେଲ ପହଂଚି ସ୍ଥାନୀୟ ଜନ ସାଧାରଣ ଙ୍କୁ ବୁଝାଇବା ସହ ଅଚିହ୍ନା କିମ୍ବା ସନ୍ଦେହ ଜନକ ଲୋକଙ୍କୁ ଦେଖିଲେ ତୁରନ୍ତ ପୁଲିସ ସୂଚନା ଦେବାକୁ ନିର୍ଦ୍ଧେଶ ଦେଇଥିଲେ।ଏହି ସମରାଭ୍ୟାସ ରେ ଭାରତୀୟ ତଟରଖି ବାହିନୀ, ମେରାଇନି ପୋଲିସ, ଅସ୍ତରଙ୍ଗ ପୋଲିସ ସହ ବିଭିନ୍ନ ଥାନା ପୋଲିସ ଏଥିରେ ସାମିଲ ହୋଇଛନ୍ତି।ସୁରକ୍ଷା ବାହିନୀ ଦୁଇ ଭାଗରେ ବିଭକ୍ତ।ବ୍ଲୁ ଫୋର୍ସ ଓ ରେଡ ଫୋର୍ସ ୨ଟି ଟିମ୍ ହୋଇ ଏହି ସମରାଭ୍ୟାସ ଚାଲିଛି। ରେଡ ଫୋର୍ସ ତଥା ଗୁପ୍ତଶତ୍ରୁ ଭୂମିକା ନିର୍ବାହ କରିବେ ଏବଂ ବ୍ଲୁ ଫୋର୍ସ ପୁଲିସ ତଥା ସୁରକ୍ଷା ବାହିନୀର ଭୂମିକା ତୁଲାଇବେ।ଉପକୂଳ କୁ ବ୍ଲୁ ବାହିନୀ ଜଗିଥିବା ବେଳେ ରେଡ ବାହିନୀ ଶତ୍ରୁ ପକ୍ଷ ହୋଇ ଦୂରସମୁଦ୍ର କୁ ଯାତ୍ରା କରି ପୁଣି ଉପକୂଳ ମୁହାଁ ହୋଇ ଆକ୍ରମଣ କରିବା ପାଇଁ ଶତ୍ରୁ ପକ୍ଷକୁ କଡା ଜବାବ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି।ସମୁଦ୍ର ପଥ, ବସ ତଥା ଯାନବାହନ ଆଦିରେ ରେଡ ଫୋର୍ସ ରହିବେ, ତାଙ୍କୁ ମୁକାବିଲା କରିବେ ବ୍ଲୁ ଫୋର୍ସ। ସମୁଦ୍ରରେ ସନ୍ଦେହ ଜନକ ଭାବେ ଯାତାୟତ କରୁଥିବା ଡ଼ଙ୍ଗାକୁ ଚି଼ହ୍ନଟ କରିବେ।ବାହ୍ୟ ଶତ୍ରୁ ଠାରୁ ଉପକୂଳ କୁ ରକ୍ଷା କରିବା ପାଇଁ ଏହି ସମରାଭ୍ୟାସ ପ୍ରତିବର୍ଷ ୨ ଥର କରାଯାଇଥାଏ। କିଭଳି ଭାବେ ଜଳପଥ ଦେଇ ଉପକୂଳ କୁ ଶତ୍ରୁ ପଶିନଯିବେ ସେ ନେଇ ସମସ୍ତ ବିଭାଗ କୁ ସଚେତନ କରିବା ଏହି ସମରାଭ୍ୟାସ ର ମୂଳଲକ୍ଷ୍ୟ। ଏହି ସମରାଭ୍ୟାସ କାର୍ଯ୍ୟକ୍ରମ ରେ ନୂଆଗଡ ସାମୁଦ୍ରିକ ଥାନାଧିକାରୀ ଅଚ୍ୟୁତାନନ୍ଦ ବେହେରା, ମାଷ୍ଟର ପ୍ରକାଶ ଦାସ, ଅତିରିକ୍ତ ମାଷ୍ଟର ବିପ୍ରଚରଣ ସ୍ୱାଇଁ, ଏଏସଆଇ ଯୁଧିଷ୍ଠିର ସାହୁ ଙ୍କ ସହ ଅନେକ ଅଧିକାରୀ ମାନେ ଉପସ୍ଥିତ ରହିବା ସହ ଦୁଇ ପ୍ଲାଟୁନୁ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ