ଗୁଲନଗର ଗ୍ରାମର ପ୍ରବେଶ ପଥ ଶୋଚନୀୟ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଲଗାଣ ବର୍ଷା ଫଳରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମର ପ୍ରବେଶ ପଥ ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଏହି ରାସ୍ତା ପୂର୍ତ୍ତ ବିଭାଗ ଅଧିନରେ ଥିବା ବେଳେ ଗୋବରୀ ନଦୀ ଉପରେ ଏକ ନୂତନ ପୋଲର ନିର୍ମାଣ କାର୍ଯ୍ୟ ଚାଲୁଅଛି । ଠିକାଦାର ଏଥିପାଇଁ ବଡବଡ ମେସିନ ଲଗାଇ ମାଟି ଖୋଳି ରାସ୍ତା କଡରେ ରଖିଛି । ବଡବଡ ମେସିନ ଯିବାରୁ ସେହିରାସ୍ତାରେ ବଡ ବଡ ଖାଲ ହୋଇଯାଇଛି । ଲଗାଣ ବର୍ଷା ଯୋଗୁଁ ସେହି ରାସ୍ତା ଶୋଚନୀୟ ହୋଇପଡିଛି ଓ ବହୁ ଦୁର୍ଘଟଣାମାନ ଘଟୁଛି । ବର୍ଷା ପାଇଁ ବର୍ତ୍ତମାନ କାର୍ଯ୍ୟ ବନ୍ଦ ରହିଥିବା ବେଳେ ସେହି ରାସ୍ତା ଦେଇ ଗୁଲନଗର ପଞ୍ଚାୟତର ଗୁଲନଗର, ସୁଜାନଗର, ଖଇରାବାଦ ପ୍ରଭୃତି ଗ୍ରାମର ଗ୍ରାମବାସୀ ଓ ସ୍କୁଲ ପିଲାମାନେ ଯିବାଆସିବା ପାଇଁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ଗ୍ରାମବାସୀଙ୍କ ପକ୍ଷରୁ ଏନେଇ ପୂର୍ତ୍ତ ବିଭାଗ ନିକଟରେ ଅଭିଯୋଗ କରାଯାଇଥିଲେବି ଅଦ୍ୟାବଧି ପୂର୍ତ୍ତ ବିଭାଗ ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ତୁରନ୍ତ ଏହି ସମସ୍ୟାର ପ୍ରତିକାର ପାଇଁ ଗୁଲନଗର ଗ୍ରାମବସୀଙ୍କ ପକ୍ଷରୁ ଯୁବନେତା ସୁଶାନ୍ତ ଦାସ, କରୁଣାକର ସାହୁ, ଗୋଲଖ ସେଠୀ, ଚିତ୍ତରଞ୍ଜନ ପୃଷ୍ଟି, ରବିନ୍ଦ୍ର ରଥ, ଜଗନ୍ନାଥ ତ୍ରିପାଠୀ, ବାବନ ସାହୁ ପ୍ରମୁଖ ବହୁ ଗ୍ରାବସୀମାନେ ଦାବିକରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ