ଗୁଲୁବା ପଞ୍ଚାୟତର ପାହାଡ଼ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କଲେ ବିଭାଗୀୟ ଅଧିକାରୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ଏକ ପାହାଡ଼ିଆ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହି ଅଞ୍ଚଳକୁ ରାଜ୍ୟ ସରକାରଙ୍କ ଅଧିକାରୀ ମାନେ ଅନେକାଂଶରେ ଗାଁ ଗାଁ କୁ ଗସ୍ତ କରୁନଥିବାରୁ ନିର୍ଭୟରେ ଏହି ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ହେଉଥିବା ଆଲୋଚନା ହେଉଛି । ଏହି ବ୍ଲକ ଗଞ୍ଜେଇ ଚାଷ ପାଇଁ ରାଜ୍ୟ ଏବଂ ରାଜ୍ୟ ବାହାରେ ନାମ କରିଥିବାରୁ ବହୁ ସମୟରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ଗଞ୍ଜେଇ ମାଫିଆ ମାନେ ଆସି ଏଠାରୁ ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ ନେଇ ଯାଉଥିବା ବେଳେ କେତେକ ପୋଲିସ ହାବୁଡ଼ରେ ପଡି ଗିରଫ ହୋଇ ଜେଲରେ ସଡୁଥିବା ବେଳେ କେତକ ଗଞ୍ଜେଇ ମାଫିଆ ପୋଲିସ ହାବୁଡ଼ରୁ ଖସି କୋଟି ପତି ହୋଈ କୋଠା ଗାଡି କରି ଖୋଲମ ଖୋଲା ବୁଲି ବ୍ୟବସାୟ କରୁଥିବା ଶୁଣିବାକୁ ମିଳୁଛି । ଆଜି ବେ-ଆଇନ ଗଞ୍ଜେଇ ଚାଷ କୁ ଅଡବା ପୋଲିସ ସହାୟତାରେ ରାଜସ୍ୱ ବିଭାଗ ସହ ଅବକାରୀ ବିଭାଗ ଅଚାନକ ଗୁଲୁବା ପଞ୍ଚାୟତର କୁଡିକିମା,ସିନ୍ଧବା ଅଞ୍ଚଳର ଘଞ୍ଚ ଜଙ୍ଗଲ ପାହାଡ଼ ଘେରା ଇଲାକାରେ ହୋଇଥିବା ବେ-ଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରିଥିବା ଅଡବା ଥାନା ଅଧିକାରୀ ଏଚ. କେ. ପଣ୍ଡା ପ୍ରକାଶ କରିଛନ୍ତି । ଆଜି ମିଳିତ ଚଡାଉ କରି ୮୯୦୦୪ ଟି ଗଞ୍ଜେଇ ଗଛ ନଷ୍ଟ କରିଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୮ କୋଟି ୯୦ ଲକ୍ଷ ୪ ହଜାର ଟଙ୍କା ହେବ ବୋଲି ଜଣାପଡିଛି ।ପ୍ରତି ବର୍ଷ ମିଳିତ ଚଡାଉ କରି କୋଟି କୋଟି ଟଙ୍କାର ବେ-ଆଇନ ଗଞ୍ଜେଇ ଚାଷ ନଷ୍ଟ କରୁଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ବାସ ବାସକରୁଥିବା ଲୋକେ କେବେ ଏହି ଚାଷରୁ ମୁହଁ ଫେରାଇ ନେବେ ଦେଖିବାକୁ ବାକି ରହିଲା ବୋଲି ସାଧାରଣରେ ଆଲୋଚନା ହେଉଛି ।