ଗୁଳିମାଡ଼ରେ ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ନିର୍ମମ ହତ୍ୟା

କୋଦଳା,(ଓ୍ବାଇଏନ୍ଏସ୍): ଗୁଳିମାଡ଼ରେ ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କର ମୃତ୍ୟୁ। ମିଳିଥିବା ସୂଚନାନୁସାରେ କୋଦଳା ଥାନା ଅନ୍ତର୍ଗତ ବେଗୁନିଆପଡ଼ାର ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ଗୁଳି ମାଡ଼ରେ ମୃତୁ୍ ଘଟିଛି । ବେଗୁନିଆପଡ଼ାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁଙ୍କୁ ଗୁଳି କରି ହତ୍ୟା କରାଯାଇଛି । ସୁମଣ୍ଡଳ ଛକରେ ସକାଳୁ ସକାଳୁ ଦେବରାଜ ସାହୁ ଚା’ ପିଉଥିଲେ । ପ୍ରତ୍ୟକ୍ଷ ଦର୍ଶୀ ଙ୍କ କହିବା ଅନୁସାରେ ହଠାତ କାର ରେ ୩ ଜଣ ଦୁର୍ବୃତ ଆସି ଦେବରାଜଙ୍କୁ ଲକ୍ଷ୍ୟ କରି ଗୁଳିମାଡ଼ କରିଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତୁ ଘଟିଥିଲା । ଅପରପକ୍ଷରେ ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଛି । ଦୁର୍ବୃତମାନଙ୍କର ପତା ମିଳିପାରିନାହିିଁ । ବ୍ୟକ୍ତିଗତ ନା ରାଜନୈତିକ କାରଣରୁ ତାଙ୍କୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ ।ଘଟଣା ସ୍ଥଳରେ ଅତିରିକ୍ତ ଏସ.ପି ଠାକୁର ପାତ୍ର,ପୁରୁଷୋତ୍ତମପୁର ଏସ.ଡି.ପି.ଓ ସୀମା ସ୍ୱାଇଁ, କୋଦଳା ଆଇ. ଆଇ.ସି ଦେବାଶିଷ ମହାନ୍ତି, ପୋଲସରା ଆଇ ଆଇ ସି ଜିତେନ୍ଦ୍ର କୁମାର ମଲିକ, ଖଲ୍ଲିକୋଟ ଆଇ.ଆଇ.ସି ସତ୍ୟ ରଞ୍ଜନ ପ୍ରଧାନ, ବେଗୁନିଆପଡା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ପ୍ରମୁଖ ପହଂଚି ଘଟଣାର ଛାନଭିନ୍ କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ