ଗୃହରକ୍ଷୀ ସୋମନାଥ ରେଡ୍ଡୀ ସମ୍ମାନିତ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ଥାନାର ଗୃହରକ୍ଷୀ ସୋମନାଥ ରେଡ୍ଡୀ ୬୦ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସରେ ସମ୍ମାନିତ ହୋଇଛନ୍ତି।ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ପୋଲିସ ପଡିଆଠାରେ ଜିଲ୍ଲା ଗୃହ ବାହିନୀ ଆନୁକୂଲ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଆରକ୍ଷୀ ଅଧିକ୍ଷକ (ଏସପି )ବ୍ରିଜେଶ କୁମାର ରାଏ ଯୋଗଦେଇ ଗୃହରକ୍ଷୀ ସୋମନାଥ କର୍ତ୍ତବ୍ୟନିଷ୍ଟ, ଟ୍ରାଫିକ ନିୟନ୍ତ୍ରଣ, ଫେରାର ଆସାମୀକୁ ଓ ଗିରିଫ ପରୱାନାକୁ ଧରିବା ପ୍ରମୁଖ ଉଲ୍ଲେଖନିୟ କାର୍ଯ୍ୟ ପାଇଁ ତାଙ୍କୁ ସମ୍ମାନିତ କରିଛନ୍ତି। ଏହି ସମ୍ମାନ ପାଇଁ ଗଞ୍ଜାମ ଆଇଆଇସି ସନ୍ତୋଷ କୁମାର ବେହେରା, ସେକେଣ୍ଡ ଅଫିସର ଅଜିତ ପରିଡାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ , କର୍ମଚାରୀ ଓ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ