ଗୃହ ଯୋଗାଇ ଦେବା ଦାବିକଲେ ମହିଳାମାନେ
ଛତପୁର, (ଦେବଦତ୍ତ ମହାରଣା):ଆମେ ନିହାତୀ ଗରୀବ ଓ ଶ୍ରମିକ ଶ୍ରେଣୀର ଲୋକମାନେ ଆମକୁ ଖଣ୍ଡିଏ ବାସଗୃହ ପ୍ରଦାନ କରାଯାଉ । ଧନୀ ଓ ଥିବାଲୋକଙ୍କୁ ମିଳୁଛି ଆମକୁ କାହିଁକି ମିଳୁନି । ନିର୍ବାଚନ ବେଳେ ନେତା ଓ କୁଜି ନେତା ମାନେ ଆମ ପାଖକୁ ଆସି ତମର ସବୁ ସୁବିଧା ଅସୁବିଧା ଆମେ ବୁଝିଦେବୁ ବୋଲି କହି ଭୋଟ ନେଇଯାଉଛନ୍ତି । ମାତ୍ର ନିର୍ବାଚନ ସରିଲେ ଆମ କଥା କିଏ ଶୁଣୁ ନାହାଁନ୍ତି । ଆମେ ଅଶିକ୍ଷିତ ଆମକୁ ଆମ ହକ୍ ନିମନ୍ତେ କାହା ପାଖକୁ ଯିବୁ ଆମେ ଜାଣି ପାରୁନୁ । ତେଣୁ ଆଜି ଗାଡି ଭଡା କରି ଛତ୍ରପୁର ଆସି ଜିଲ୍ଲପାଳଙ୍କୁ ଭେଟି ଆମ ଗୁହାରୀ ଜଣାଇବୁ ବୋଲି ଆସିଥିଲୁ ମାତ୍ର ଜିଲ୍ଲପାଳ ନାହାନ୍ତି ଆମେ କାହାକୁ ଆମ ଗୁହାରୀ କହିବୁ ତେଣୁ ଆମ ଗାଁକୁ ଆମେ ପଳାଇବୁ ବୋଲି ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମପଂଚାୟତର ଦୁଆନପଲ୍ଲୀ ଗ୍ରାମର ୮ରୁ ଉର୍ଦ୍ଧ୍ୱ ମହିଳାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଘୁରି ବୁଲୁଥିଲେ । ଜିଲ୍ଲାପାଳଙ୍କ ଅନୁପସ୍ଥିତି ରେ ନିରାଶ ହୋଇ ନିଜ ନିଜ ଘରକୁ ଫେରିଥିଲେ । ପୂର୍ଣ୍ଣ ନାହାକ, ବିଷ୍ଣୁପ୍ରିୟା ପ୍ରଧାନ, ବିଷ୍ଣୁ କୁମାରୀ ନାହାକ, ସୁକାନ୍ତି ନାହାକ, ମାମା ନାହାକ, ସୁକାନ୍ତି ନାହାକ, ଶାନ୍ତି ନାହାକ, ତରା ନାହାକ କହିବା ଅନୁସାରେ ଆମକୁ ଗ୍ରାମୀଣ ଗୃହ ଯୋଜନାରେ ସାମିଲ୍ କରି ବାସଗୃହ ଯୋଗାଇଦେବା ଆମେ ଗୁହାରୀ କରୁଛୁ । ଆମ କଥା କିଏବି ଶୁଣୁ ନାହାଁନ୍ତି ପଂଚାୟତ କିମ୍ବା ବ୍ଲକ୍ ପ୍ରଶାସନ ପକ୍ଷରୁ ଆମକୁ ଗ୍ରାମୀଣ ଗୃହ ଯୋଜନାରେ ଘର ଟିକେ ମଧ୍ୟ ପ୍ରଦାନ କରାଯାଉନାହିଁ । ତେଣୁ ଆମକୁ ଏହି ଯୋଜନାରେ ଗୃହ ପ୍ରଦାନ କଲେ ଆମେ ଉପକୃତ ହେବୁ ବୋଲି ସେମାନେ କହିଥିଲେ ।


