ମରୁଡ଼ି ପରିସ୍ଥିତିର ଅନୁଧ୍ୟାନ ଓ ସରକାରୀ ସହାୟତା ନିମନ୍ତେ ଜିଲ୍ଲାପାଳଙ୍କୁ ଭେଟିଲେ ଚାଷୀ ମାନେ

ଛତ୍ରପୁର, (ଦେବଦତ୍ତ ମହାରଣା):ଚଳିତ ବର୍ଷ ନିଅଂଟିଆ ବର୍ଷା ଓ ଜଳସେଚନର ସମସ୍ୟା ଯୋଗୁଁ ଛତ୍ରପୁର ତହସିଲ ଅନ୍ତର୍ଗତ ହୁମର ଓ କୁମାରବେଗପଲ୍ଲୀ ମୌଜାର ଶହ ଶହ ଏକର ଜମି ପାଣି ଅଭାବରୁ ଚାଷ କାର୍ଯ୍ୟ ନହୋଇ ପଡ଼ିଆ ହୋଇ ପଡ଼ି ରହିଛି । ପରିସ୍ଥିତି ମରୁଡ଼ି ଉପୁଜିଛି । ତେଣୁ କୁମାରବେଗପଲ୍ଲୀ ଗ୍ରାମର ଶତାଧିକ ଚାଷୀ ମଙ୍ଗଳବାର ମରୁଡ଼ି ପରିସ୍ଥିତି ଅନୁଧ୍ୟାନ ଓ ସରକାରୀ ସହାୟତା ଦାବି ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ଏକ ଲିଖିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ ଧାନ ଫସଲ ପାଇଁ ବୁଣା କାର୍ଯ୍ୟ ଏବଂ ତଳି ଘରା ପ୍ରସ୍ତୁତ କରି ତଳି ପକାଇଥିଲୁ କିନ୍ତୁ ଆଜି ପର୍ଯ୍ୟନ୍ତ ସ୍ପଳ୍ପ ବୃଷ୍ଟିପାତ ଯୋଗୁଁ ଜଳସେଚତନର ସୁବିଧା ନଥିବା ଯୋଗୁଁ ପାଣି ଅଭାବରେ ରୁଆ ବେଉସା କାର୍ଯ୍ୟ ନହୋଇ ଜମି ଫାଟି ଆଁ କରି ବସିଲାଣି । ଜମିର ବୁଣା ଧାନ ଗଛ ଏବଂ ଧାନ ତଳି ପୋତି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏଣୁ ଉପୁଜିଥିବା ମରୁଡ଼ି ପରିସ୍ଥିତିର ଉପଯୁକ୍ତ ଅନୁଧ୍ୟାନ କରି ସରକାରୀ ସହାୟତା ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି । ସୂଚନା ଯୋଗ୍ୟ ଯେ ଗଂଜାମ ଜିଲ୍ଲାର ବହୁ ଚାଷୀ ମାନେ ସ୍ୱର୍ଗକୁ ଆଶରା କରି ଚାଷ କରିଥାନ୍ତି । କାରଣ ଜିଲ୍ଲାରେ ଚାଷଜମିକୁ ସଠିକ୍ ଭାବେ ଜଳସେଚନର ଅଭାବ ରହିଛି । ପ୍ରଶାସନିକ ଅଧିକାରୀ ମାନେ ଧର୍ମକୁ ଆଖି ଠାର ଭଳି କାର୍ଯ୍ୟ କରୁଛନ୍ତି । ଯାହାଫଳରେ ଚାଷୀକୂଳ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଜିଲ୍ଲାର ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ହୋଇଥିଲେ ସୁଦ୍ଧା ଚାଷୀ ମାନଙ୍କ ହିତ ନିମନ୍ତେ କୈାଣସି କାର୍ଯ୍ୟ କରାଯାଉନାହିଁ । ତେଣୁ ଏଠାକାର ଗରୀବ ଓ କ୍ଷୁନ୍ଦ୍ର ଚାଷୀ ମାନଙ୍କ ଠାରୁ ଆରମ୍ଭକରି ବଡ ଚାଷୀ ମାନେ ମଧ୍ୟ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚଳିତ ବର୍ଷ କରୋନା ମହାମାରୀ ଚାଷୀକୂଳ ବିଭିନ୍ନ ପ୍ରକାର ହଇରାଣ ହରକତ ହୋଇଥିବା ବେଳେ ଏହାସହ ବର୍ଷାର ଅଭାବ ଯୋଗୁଁ ଛତ୍ରପୁର ବ୍ଲକ୍ ର ବିଭିନ୍ନ ପଂଚାୟତରେ ଶହ ଶହ ଏକର ଜମି ପଡ଼ିଆ ହୋଇ ପଡ଼ିଥିବା ଜଣାପଡ଼ିଛି । ଜଳସେଚନର ଅଭାବ ଓ ସରକାରୀ କର୍ମଚାରୀ ମାନେ ସଠିକ୍ ପରିଚାଳନାର ଅଭାବ ଯୋଗୁଁ ଜମି ଗୁଡ଼ିକ ମରୁଡ଼ି ପରିସ୍ଥିତି ହୋଇଗଲାଣି । ତେଣୁ ଜମି ଗୁଡ଼ିକୁ ସଠିକ୍ ଜଳସେଚନ କରିବା ପାଇଁ ଦାବି ଋଷିକୂଲ୍ୟା ରୟତ ମହାସଭା ଠାରୁ ଆରମ୍ଭ ବହୁ ଚାଷୀ ସଂଗଠନ ଦାବୀ କରୁଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗୁ ନାହିଁ । ଉପୁଜିଥିବା ମରୁଡି ପରିସ୍ଥିତି ଅନୁଧ୍ୟାନ କରିବା ସହ ଚାଷୀ ମାନଙ୍କୁ ସରକାରୀ ସହାୟତା ତୁରନ୍ତ ପ୍ରଦାନ ଦାବୀ କରିବା ନେଇ ବଡ ଧରଣ ଆନ୍ଦୋଳନ କରାଯିବ ବୋଲି ମଧ୍ୟ ଋଷିକୂଲ୍ୟା ରୟତ ମହାସଭା ସମ୍ପାଦକ ସିମାଞ୍ଚଳ ନାହାକ ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି । ପ୍ରଶାସନିକ ଅଧିକାରୀ ମାନେ ବର୍ଷଯାକ ସବୁ ଜାଣି ଚୁପ ରହୁଛନ୍ତି । ଚାଷୀ ବର୍ଷାକୁ ଅପେକ୍ଷା କରୁଥିଲେ ସୁଦ୍ଧା ଚଳିତ ବର୍ଷ ସ୍ୱଳ୍ପ ବର୍ଷା ଯୋଗୁଁ ଜିଲ୍ଲାର ଅନେକ ବ୍ଲକର ଶହ ଶହ ଏକର ଜମି ପଡିଆ ହୋଇ ପଡିଛି ବୋଲି ସିପିଆଇ ଜିଲ୍ଲା ସହ-ସମ୍ପାଦକ ନୀଳକଣ୍ଠ ଦାଶ କହିଛନ୍ତି । ତେଣୁ ପ୍ରଶାସନିକ ଅଧିକାରୀ ମାନେ କ୍ଷେତ ପରିଦର୍ଶନ କରି ଚାଷ ଜମିକୁ କିପରୀ ଜଳ ଯୋଗାଣ ହୋଇପାରିବ ତାହାର ବ୍ୟବସ୍ଥା କରିବା ସହ ଉପୁଜିଥିବା ମରୁଡି ପରିସ୍ଥିତି ର ମଧ୍ୟ ଅନୁଧ୍ୟାନ କରିବାକୁ ସିପିଆଇ ଜିଲ୍ଲା ସହ-ସମ୍ପାଦକ ଶ୍ରୀ ଦାବୀ କରିଛନ୍ତି । ଆଗାମୀ ଦିନରେ ଚାଷୀମାନଙ୍କୁ ସହାୟତା ପ୍ରଦାନ ଦାବୀ ନେଇ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ମଧ୍ୟ ସେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ