ଗୃହ ରାଷ୍ଟ୍ରମନ୍ତ୍ରୀ ଙ୍କୁ ସମ୍ବର୍ଦ୍ଧନା

ନିମାପଡ଼ା, (ସନ୍ତୋଷ ଦାସ):ପୁରୀ ଜିଲ୍ଲା ନୟାହାଟ କଲେଜ ରେ ଏକ ଉତ୍ସବ କରାଯାଇ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। କଲେଜ ର ଅଧ୍ୟକ୍ଷ ଭୋଳାନାଥ ପାତ୍ର ମନ୍ତ୍ରୀ ଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଜ୍ୟୋତିରଞ୍ଜନ ନାୟକ, ବିଜେଡ଼ି ନେତା କାହ୍ନୁଚରଣ ସାହୁ, କୈଳାସ ଚନ୍ଦ୍ର ସାହୁ, କାଶୀନାଥ ନାୟକ ପ୍ରମୁଖ ଯୋଗଦେଇଥିଲେ। କଲେଜ ର ଗ୍ରନ୍ଥକାରିକ ଗୋଲେଖ ବିହାରୀ ଜେନା ଉତ୍ସବ ପରିଚାଳନା କରିଥିଲେ।ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ