ଗେଲ୍ ଇଣ୍ଡିଆର ମେସିନ୍ କାଟୁଥିବା ବେଳେ ୫ ଅଟକ

ଢେଙ୍କାନାଳ,(ତାପସ ଦାସ): ଗଡ଼ଗଁପୁର ଗ୍ରାମ ନିକଟରୁ ପୁଲିସ ୫ଜଣିଆ ଡକାୟତ ତ ଦଳକୁ ଗିରଫ କରିଛି। ସୂଚ ସୂଚନା ଅନୁସାରେ, ଗେଲ୍‌ ଇଣ୍ଡିଆ ଦ୍ବାରା । ଗ୍ୟାସ୍ ପାଇପ୍ ବିଛାଇବା କାର୍ଯ୍ୟରେ ବ୍ୟବହୃତ ମେସିନ୍‌କୁ ଏମାନେ ଗ୍ୟାସ୍ କଟର୍ ସାହାଯ୍ୟରେ କାଟୁଥିଳେ ଥିଲେ। ଏଥିରେ ବ୍ୟବହୃତ ଜେସିବି ମେସିନ୍, ଟ୍ରାକ୍ଟର୍ ଓ ଗ୍ୟାସ୍ କଟର୍‌କୁ ଜ ଜବତ କରାଯାଇଛି। ଏହି ଘଟଣାରେ ରେ ଟ୍ରାକ୍ଟର୍‌ ଚାଳକ, ଜେସିବି ଚାଳକ, ନକ, ଗାଡ଼ି ମାଲିକ ଓ ମେକାନିକ୍ ସମେତ ୫ ଜଣଙ୍କୁ ପୁଲିସ ଅଟକ ରଖି ଅଧିକ ତଦନ୍ତ କରୁଥିବା ଭୁବନ ଆଇଆଇସି ଧିରେନ୍ ସ୍ବାଇଁ ସୂଚନା ଦେଇଛନ୍ତି। ଅଟକ ୫ ଜଣ ହେଲେ ରଶ୍ମିରଂଜନ ସାହୁ, ରାକେଶ କୁମାର ପୃଷ୍ଟି, ବଳରାମ ସାହୁ, କପିଳ ମଲିକା ଓ ବିଭୂତି ପ୍ରସାଦ ବଦ୍ଧନା ଗେଲ୍ ଇଣ୍ଡିଆ ପକ୍ଷରୁ ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ହରିପୁରଠାରୁ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନାର ଜିରାଳ ଗ୍ରାମ ମଧ୍ୟରେ ପ୍ରାୟ ୧୦ଟି ସ୍ଥାନରେ ଏହିଭଳି ପୁରୁଣା ମେସିନ୍ ପଡ଼ି ରହିଛି, ୨ ବର୍ଷ ପୂର୍ବେ କିଙ୍ଗୋଳ ଗ୍ରାମ ନିକଟରେ ଏହିଭଳି ପାଇପ୍ କାଟୁଥିବା ବେଳେ ସ୍ଥାନୀୟ ଜଣେ କବାଡ଼ିବାଲା ଧରାପଡ଼ି ଜେଲ୍ ଯାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ