ଗୋଆରେ ଓଡିଆ ଶ୍ରମିକଙ୍କ ମୃୁତ୍ୟୁ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଗୋଆରେ ଜଣେ ଓଡିଆ ଶ୍ରମିକଙ୍କ ମୃୁତ୍ୟୁ ଘଟିଥିବା ଖବର ହସ୍ତଗତ ହୋଇଛି।ମୃୁତ ଶ୍ରମିକ ଜଣକ ହେଲେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଭିଷ୍ମଗିରି ଗ୍ରାମର ମୁକୁନ୍ଦ ନାଇକ। ଶ୍ରମିକଙ୍କ କିଭଳି ମୃୁତ୍ୟୁ ଘଟିଲା ସେ ସମ୍ପର୍କରେ ସ୍ୱଷ୍ଠ ସୁଚନା ମିଳିନାହିଁ।କିନ୍ତୁ ସେ ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ତାଙ୍କର ମୃୁତ୍ୟୁ ହୋଇଥିବା କୁହାଯାଇଛି। ଗତ ତାରିଖରେ ମୁକୁନ୍ଦ ନାଇକ ମୃୁତ୍ୟୁ ହୋଇଥିଲା। ମୁକୁନ୍ଦ ନାଇକ ଦଳିତ ବର୍ଗର ଗରିବ ନିସହାୟ ହୋଇଥିବା ଯୋଗୁଁ ଗୋଆରୁ ତାଙ୍କ ମୃତଦେହ ଗାଁ କୁ ଆଣିବା ପରିବାର ଲୋକଙ୍କ ପକ୍ଷେ ଅସମ୍ଭବ ବ୍ୟାପାର ହୋଇଥିଲା। ଖବର ପ୍ରଚାରିତ ହେବାପରେ ଗ୍ରାମବାସୀ ଦିଗପହଣ୍ଡିର ସାମାଜିକ କର୍ମୀ ରାମକୃଷ୍ଣ ପାଢ଼ୀ ଙ୍କୁ ଜଣାଇଥିଲେ। ସେ ଏ ସମ୍ପର୍କରେ ସ୍ଥାନୀୟ ବିଧାୟକ ତଥା ବାଚସ୍ପତି ଡ଼. ସୂର୍ଯ୍ୟନାରାୟଣ ପାତ୍ର ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଓଡିଶା ମୋ ପରିବାରର ଅଧ୍ୟକ୍ଷ ଅମର ପଟ୍ଟନାୟକଙ୍କ ଉଦ୍ୟମରେ ଗୋଆରୁ ବିମାନ ଯୋଗେ ମୃତ ଦେହ କୁ ଶନିବାର ସକାଳେ ଭୂବନେଶ୍ୱର ବିମାନ ବନ୍ଦର କୁ ଅଣାଯାଇଥିଲା। ବିମାନ ବନ୍ଦରରୁ ଆମ୍ବୁଲାନ୍ସ ଯୋଗେ ମୃତଦେହ ଭିଷ୍ମଗିରି ଗ୍ରାମରେ ଅପରାହ୍ନ ପ୍ରାୟ ୩ ଟା ରେ ପହଞ୍ଚିଥିଲା। ଭିଷ୍ମଗିରି ଗ୍ରାମବାସୀ ଙ୍କ ସମେତ ମକୁନ୍ଦ ନାଇକଙ୍କ ପିତା ସୁରେନ୍ଦ୍ର ନାୟକ ଙ୍କୁ ମୃତଦେହ ହସ୍ତାନ୍ତର କରାଯିବା ପରେ ଗାଁ ଶଶ୍ମାନ ରେ ମୁକୁନ୍ଦ ଙ୍କ ଶବ ସତ୍କାର କରାଯାଇଥିବା ଜଣାପଡିଛି।