ଗୋଛାପଡା ପୁଲିସ ଜବତ କଲା ବାଇକ ସମେତ ୧୭ କିଗ୍ରା ଗଞ୍ଜେଇ ଜଣେ ଗିରଫ

ଫୁଲବାଣୀ, (ପ୍ରଶାନ୍ତ କୁମାର ବେହେରା):ଗୋଛାପଡା ଥାନା ପୁଲିସ ବୁଧବାର ଦିନ ପ୍ରାୟ ୨ଟାବେଳେ ଗଞ୍ଜେଇ ଚାଲାଣ ହେଉଥିବାବେଳେ କୌଣସି ସୁତ୍ରରୁ ଖବର ପାଇଁ ଗୋଛାପଡା ବାଲନ୍ଦାପଡା ରାସ୍ତାରେ ଥିବା କାମଟଣା ନିକଟରେ ଗୋଟିଏ ବାଇକକୁ ଚଢାଉ କରିଥିଲା । ବାଇକ ଅରୋହୀ ଗୋଟିଏ ବସ୍ତାରେ ୧୭ କିଗ୍ରା ଗଞ୍ଜେଇ ନେଇ ଯାଉଥିବାବେଳେ ପୁଲିସ ତାକୁ ଜବତ କରିବା ସହିତ ଏହି ସଂକ୍ରାନ୍ତରେ ଜଣକୁ ଗିରଫ କରିଛି । ଚାଲାଣକାରୀ ଗୋଛାପଡା ଥାନା ଅଂଚଳର ଡାମାରାଜୁ ଗାଁର ଦେବରାଜ ଦିଗାଲ (୫୫) ବୋଲି ଜଣାପଡିଛି । ପୁଲିସ ଚାଲାଣ କାର୍ଯ୍ୟରେ ନିୟୋଜିତ ଏକ ହୀରୋ ବାଇକ ଓଆର-୦୨-ବିୟୁ-୫୪୧୭ ଓ ଗଞ୍ଜେଇ ଜବତ କରିବା ସହିତ ଏହିସଂକ୍ରନ୍ତରେ ଏକ ମାମଲା ୭୦/୨୦୨୦ ରୁଜ୍ଜୁ କରି ଦେବରାଜକୁ ଗିରଫ କରି ତାକୁ ଆଜି କୋର୍ଟ ଚାଲାଣ କରିଥିବା ଗୋଛାପଡା ଥାନା ଅଧିକାରୀ ତୃପ୍ତିରଞ୍ଜନ ନାୟକ ସୁଚନା ଦେଇଛନ୍ତି । ତେବେ ଦେବରାଜ ନିୟମିତ ଭାବରେ ଗୋଛାପଡା ଅଂଚଳରୁ ଗଞ୍ଜେଇ ସଂଗ୍ରହ କରି ବୌଦ୍ଧ ଜିଲ୍ଲା କଣ୍ଟାମାଳକୁ ଚାଲାଣ କରି ଆସୁଥିଲା ବୋଲି କହିଛନ୍ତି ଥାନା ଅଧିକାରୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ