ଗୋଟିଏ ଗଛରେ ଫଳୁଛି ୪୦ ପ୍ରକାର ଫଳ

ଗୋଟିଏ ଗଛରେ ୪୦ ପ୍ରକାର ଫଳ ଫଳୁଥିବା କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଆମେରିକାର ଭିଜୁଆଲ ଆର୍ଟସର ପ୍ରଫେସର ୱାନ କେନ୍ ଏମିତି ଏକ ଗଛ ପ୍ରସ୍ତୁତ କରି ଏବେ ଆସିଛନ୍ତି ଚର୍ଚ୍ଚାକୁ । ଆଉ ଏହାର ନାଁ ରଖିଛନ୍ତି “ଟ୍ରି ଅଫ୍ ୪୦’? ଘଟଣା ହେଲା ତାଙ୍କର ଏକ ପୁରୁଣା ବଗିଚାରେ ପାଖାପାଖି ୨ଶହ ପ୍ରଜାତିର ଫଳ ଗଛ ଥିଲା । ହେଲେ ଅର୍ଥାଭାବରୁ ଏହାର ଦେଖାରଖା କରିବା ସମ୍ଭବ ହେଲା ନାହିଁ । ଏହା ଧୀରେ ଧୀରେ ଲୋପ ପାଇବାକୁ ଯିବା ସମୟରେ ୱାନ୍ ଏକ ଅଭିନବ ଉପାୟ ଚିନ୍ତା କଲେ । ବିଭିନ୍ନ ଫଳ ଗଛକୁ କଲମି କରି ଏବେ ସେ ଗୋଟିଏ ଗଛରେ ପାଖାପାଖି ୪୦ ପ୍ରକାର ଫଳ ଫଳାଉଥିବା କୁହନ୍ତି । ବିଶେଷ କରି ବର୍ଷା ଦିନେ ଏହି କଲମି କରାଯାଇଥାଏ ବୋଲି ସେ ମତ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ