ଗୋଟିଏ ଦିନରେ ଗଜପତି ଫେରିଲେ ୬୭୯ ପ୍ରବାସୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): କୋଭିଡ୍-୧୯ ଯୋଗୁଁ ବିଭିନ୍ନ ରାଜ୍ୟରେ କାମଧନ୍ଦା ହରାଇ ଫସି ରହିଥିବା ଓଡିଆ କିପରି ନିଜ ରାଜ୍ୟକୁ ଫେରିବା ପାଇଁ ଜୋର୍ଦାର ଉଦ୍ୟମ ଜାରି ରହିଛି । ଏଥିରେ ଗତକାଲି ଅପରାହ୍ନରେ ଗୋଟିଏ ଦିନରେ ଗଜପତି ଜିଲ୍ଲା ପ୍ରଶାସନ ରାଜ୍ୟର ବିଭିନ୍ନ ଷ୍ଟେସନ ଯଥା ଖୋର୍ଦ୍ଦା, ଜଗନ୍ନାଥପୁର, ବ୍ରହ୍ମପୁରରୁ ୩୩୬ଜଣ ପ୍ରବାସୀଙ୍କୁ ପ୍ରଥମେ ଜିଲ୍ଲାରେ ପ୍ରବେଶ କରାଯାଇଛି । ଏହି ସମସ୍ତଙ୍କୁ ଆଣିବାପାଇଁ ପ୍ରଶାସନ ୨ଗୋଟି ବସ୍ ଏବଂ ଆବଶ୍ୟକୀୟ କର୍ମଚାରୀ ପୂର୍ବରୁ ଷ୍ଟେସନକୁ ପଠାଇଥିବା ଜଣାପଡିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରବାସୀ ଓଡିଆଙ୍କୁ ଆଣିବା ସମୟରେ ପାଣିବୋତଲ, ବିସ୍କୁଟ ଏବଂ ଗ୍ଲୁକୋଜ ଦେବା ବ୍ୟବସ୍ଥା କରାଯାଇଥିଲା । ସେହିପରି ବିଭିନ୍ନ ନାକା ପଏଣ୍ଟ ଯଥା କମଳାପୁର, ଦେବିତୀ, ପୁରୁଣାପାଟଣା, ଅଲଡା ଏବଂ ହାଡୁଭାଙ୍ଗିକୁ ଆସୁଥିବା ଏବଂ ବସ ଯୋଗେ ଆସୁଥିବା ପ୍ରବାସୀଙ୍କୁ ପୋଲିସ ସହଯୋଗ କରିଛି । ଏହିମାନଙ୍କ ମଧ୍ୟରୁ ୯୮ଜଣ ହାଇଦ୍ରାବାଦରୁ ଏବଂ ହାଇଦ୍ରାବାଦ-ବାଲେଶ୍ୱର ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଯୋଗେ ଖୋର୍ଦ୍ଧାରେ ପହଞ୍ôଚଥିବାବେଳେ ୬୫ଜଣ ବେଙ୍ଗାଲୁରୁ-ଖୋର୍ଦ୍ଧା ସ୍ୱତନ୍ତ୍ର ଟ୍ରେନରେ ପହଞ୍ôଚଥିବା ଜଣାପଡିଛି । ସେହିପରି ୭୩ଜଣ ମହାରାଷ୍ଟ୍ରରୁ ୧୦୦ଜଣ ପହଞ୍ôଚଥିବା ଜଣାପଡିଛି । ଟ୍ରେନ ଯୋଗେ ଆସିଥିବା ୩୩୬ ମଧ୍ୟରୁ ଗୁମ୍ମା ପଞ୍ଚାୟତରୁ ଆସିଥିବା ୧୧୮ଜଣ, କାଶୀନଗରରୁ ୭୮, ରାୟଗଡାରୁ ୩୨, ନୂଆଗଡରୁ ୩୦, ମୋହନାରୁ ୪୨, ଆର୍.ଉଦୟଗିରୁ ୨୯, ଗୋଷାଣୀରୁ ୭ଜଣ ପ୍ରବାସୀ ରହିଥିବା ଜଣାପଡିଛି । ସେହିପରି ବିଭିନ୍ନ ନାକା ପଏଣ୍ଟରୁ ଗ୍ରହଣ କରିଥିବା ୩୪୩ ଜଣଙ୍କ ମଧ୍ୟରୁ ମୋହନାର ୭୨, ଗୋଷାଣୀର ୪୨, ଗୁମ୍ମାର ୫୧, କାଶୀନଗରର ୩୬, ରାୟଗଡାରୁ ୫୨, ନୂଆଗଡର ୩୯, ଆର୍.ଉଦୟଗିରିର ୫୧ଜଣ ବୋଲି ଜଣାପଡିଛି । ପ୍ରତ୍ୟେକ ପ୍ରବାସୀ ଓଡିଆଙ୍କୁ ବିଭିନ୍ନ ଜାଗାରେ ପ୍ରଶାସନ ପକ୍ଷରୁ ଗ୍ରହଣ କରିବା ପରେ ତାଙ୍କର ସ୍ୱାସ୍ଥ୍ୟ ସ୍କ୍ରିନିଂ କରାଯାଇ ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି ।


