ଗୋଟିଏ ଦିନର ଦରମା ଦାନ କଲେ ଶେରଗଡ ବ୍ଲକ୍‌ର ଶିକ୍ଷକଶିକ୍ଷୟତ୍ରୀ

ଶେରଗଡ଼,(ଦେବୀ ପ୍ରସାଦ):ଆଜି ମାନ୍ୟବର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଶେରଗଡ଼ ବ୍ଳକ୍ ପରିଦର୍ଶନରେ ଆସିଥିବା ବେଳେ ଏହି ବ୍ଲକ୍‌ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସେମାନଙ୍କର ଗୋଟିଏ ଦିନର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୪,୮୩,୪୪୧ ଟଙ୍କା ଜିଲ୍ଲାପାଳଙ୍କ ହାତରେ ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଶେରଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁରଞ୍ଜନ କୁମାର ସାହୁ, ତହସିଲଦାର ଡ଼ା ଦାୟସିିନ୍ଧୁ ପରିଡ଼ା ଏବଂ ଗୋଷ୍ଠୀ ଶିକ୍ଷାଧିକାରୀ ଭାସ୍କର ଲେଙ୍କା ଉପସ୍ଥିତ ଥିଲେ । ଶେରଗଡ଼ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶ୍ରୀ ପ୍ରଫୁଲ କୁମାର ପଣ୍ଡା ଓ ମିଳିତ ଶିକ୍ଷକ ସଂଘ ସଭାପତି ଶ୍ରୀ କାଳିଚରଣ ଚୌଧୁରୀଙ୍କ ଦ୍ଵାରା କୋଭିଡ୧୯ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଟି ଙ୍କୁ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ