ଗୋଟିଏ ପରିବାରର ୧୧ ଜଣ କରୋନା ସଂକ୍ରମିତ, ୧୫ ଶହ ଲୋକଙ୍କୁ ଦେଇଥିଲେ ଭୋଜି
ଭୋପାଳ: ମଧ୍ୟପ୍ରଦେଶର ମୋରେନା ଜିଲ୍ଲାରେ ଗୋଟିଏ ପରିବାରର ୧୧ ଜଣ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ସବୁଠାରୁ ଚିନ୍ତାର ବିଷୟ ହେଉଛି ଏହି ପରିବାର ପକ୍ଷରୁ ଏକ ଭୋଜିର ଆୟୋଜନ କରାଯାଇଥିବଳା ଏବଂ ଏଥିରେ ୧୫୦୦ ରୁ ଅଧିକ ଲୋକ ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଭାଇରସ ସଂକ୍ରମିତ ହୋଇପାରନ୍ତି ବୋଲି କୁହାଯାଉଛି । ଏହା ଦ୍ୱାରା ପ୍ରଶାସନର ଚିନ୍ତା ବଢ଼ିଛି । ସମ୍ପୃକ୍ତ ପରିବାର ଏକ ଡାଏରି ସିନ କରାଯାଇଛି । ଭୋଜିକୁ ନିୟନ୍ତ୍ରିତ ହୋଇଥିବା ସମସ୍ତ ବ୍ୟକ୍ତିଙ୍କ ନାମ ଏଥିରେ ଲେଖା ଅଛି । ସମସ୍ତଙ୍କୁ ପୁଲିସ ଏବେ ଖୋଜିବା ଆରମ୍ଭ କରିଛି । ମାର୍ଚ୍ଚ ୨୦ ତାରିଖର ଏହି ଘଟଣା । ଏହି ପରିବାରର ଜଣେ ବ୍ୟକ୍ତି ପ୍ରଥବେ ଗୁରୁବାର ଭାଇରସ ସଂକ୍ରମିତ ଥିବା ଜଣାପଡ଼ିଥିଲା । ସେ ନିକଟରେ ଦୁବାଇରୁ ଫେରିଥିଲେ । ମା’ଙ୍କ ମୃତ୍ୟୁ ପରେ ସେ ଦୁବାଇରୁ ଫେରି୍ଥିଲେ । ତେବେ ଶୁକ୍ରବାର ପରିବାରର ଅନ୍ୟ ୧୦ ଜଣ ସଦସ୍ୟ ଭାଇରସ ସଂକ୍ରମିତ ହୋଇଥିଲେ । ପରେ ଜାଣିବାକୁ ମିଳିଲା ଯେ, ଉକ୍ତ ବ୍ୟକ୍ତିଙ୍କ ମା’ଙ୍କ ଏକାଦଶାହ ଭୋଜିରେ ୧୫୦୦ ରୁ ଅଧିକ ଲୋକ ଯୋଗ ଦେଇଥିଲେ ।