ଗୋଟିଏ ପରେ ଗୋଟିଏ ଦୁର୍ନିତିର ହେଉଛି ପର୍ଦ୍ଦାଫାସ

କେନ୍ଦ୍ରାପଡା , (ଯୁଗାବ୍ଦ ନ୍ୟୁଜ) : ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ଜଣେ କିରାଣୀକୁ ଦୁଇ ଦୁଇ ଥର ନିଯୁକ୍ତି ପ୍ରଦାନକରି ଏକକାଳିନ ଏକମାତ୍ର କଲେଜର ଷ୍ଟାଫ ଭାବରେ ତାଙ୍କୁ ୫୬ହଜାର ୪୩୯ଟଙ୍କା ଦରମା ବାବଦ ପ୍ରଦାନ କରିବା ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ଦ୍ୱିତୀୟରେ କଲେଜ ପାଠାଗାର ନିମନ୍ତେ ବହି କିଣିବାକୁ ୨ମାସ ମଧ୍ୟରେ ଦୁଇ ଦୁଇ ଥର ୭୦ହଜାର କରି ଏକଲକ୍ଷ ୪୦ହଜାର ଟଙ୍କାର ଅଗ୍ରୀମ ପ୍ରଦାନ କରିବାକୁ ଅଧ୍ୟକ୍ଷାଙ୍କ ମଞ୍ଜୁରୀ ନିର୍ଦେଶ ପରେ ଏବେ ୬ଜଣ କିରାଣିଙ୍କ ନିଯୁକ୍ତି ସାକ୍ଷାତକାର ନିମନ୍ତେ କଲେଜ ପକ୍ଷରୁ ଡକାଯାଇଥିବା ଏକ୍ସପୋର୍ଟ ଅଧ୍ୟାପକ ଓ ତାଙ୍କ ଦ୍ୱାରା ୬ଜଣ କିରାଣି ପ୍ରାର୍ଥୀଙ୍କ ସାକ୍ଷାତକାର କରାଯାଇ ସେମାନଙ୍କ ମଧ୍ୟରୁ ୪ଜଣଙ୍କୁ କଲେଜରେ ନିଯୁକ୍ତି ପ୍ରଦାନ କରାଯାଇଥିବା ବେଳେ ଏବେ ସଂପୃକ୍ତ ଏକ୍ସପୋର୍ଟ ଅଧ୍ୟାପକ ଡି.କେ.ଭୂୟାଁ ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟର ଏଭଳି କୈାଣସି କିରାଣି ପଦବୀ ସାକ୍ଷାତକାରରେ ଏକ୍ସପୋର୍ଟ ଭାବେ ଯୋଗଦେଇନଥିବା କହିଛନ୍ତି । ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରୁ ପ୍ରାପ୍ତ ଦସ୍ତାବିଜ ଅନୁଯାଇ ତଦନାନ୍ତିନ କଲେଜ ଅଧ୍ୟକ୍ଷ ଗତ ୨୦୧୨ମସିହା ଜୁନମାସ ୩୦ତାରିଖରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ସମାଜବି ଜ୍ଞାନ ବିଭାଗର ଅଧ୍ୟାପକ ଡି.କେ.ଭୂୟାଁଙ୍କୁ ୨୦୧୨ମସିହା ଜୁଲାଇମାସ ୫ତାରିଖ ପୂର୍ବାହ୍ନ ୧୦ଟା ସମୟରେ ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା କନିଷ୍ଠ କିରାଣି ପଦବୀ ନିମନ୍ତେ ସିଲେକସନ କମିଟିରେ ଜଣେ ଏକ୍ସପୋର୍ଟ ଭାବରେ ଯୋଗଦେଇ ସାକ୍ଷାତକାର ପରିଚାଳନା କରାଇବାକୁ ଅନୁରୋଧ କରାଯାଇଥିଲା । ସେହି ଅନୁଯାଇ ନିର୍ଦ୍ଧାରିତ ତାରିଖ ୨୦୧୨ମସିହା ଜୁଲାଇମାସ ୫ତାରିଖ ପୂର୍ବାହ୍ନ ୧୦ଟା ସମୟରେ ପଟ୍ଟାମୁଣ୍ଡାଇ ମହିଳା କଲେଜ ପରିସରରେ ସାକ୍ଷାତକାର ଅନୁଷ୍ଠିତ ହୋଇଥିବା ଏବଂ ସେଥିରେ ମନୋଜ କୁମାର ରାଉତ,ସଞ୍ଜୟ କୁମାର ପଣ୍ଡା,ମନୋଜ କୁମାର ଦାସ,ସୁଧାଂଶୁ ରଞ୍ଜନ ସାମଲ,ସୁରେନ୍ଦ୍ର କୁମାର ବାରିକ ଓ ସନାତନ ବେହେରା ପ୍ରମୁଖ ଯୋଗଦେଇଥିବା ଏବଂ ଏକ୍ସପୋର୍ଟ ଅଧ୍ୟାପକ ଭାବେ ଶ୍ରୀ ଭୂୟାଁ ଯୋଗଦେଇ ସାକ୍ଷାତକାର ପରିଚାଳନାକରି ସମସ୍ତଙ୍କୁ ମାର୍କ ଦେଇ ୩ଜଣଙ୍କୁ ପ୍ରଥମ,ଜଣକୁ ଦ୍ୱିତୀୟ, ଜଣକୁ ତୃତୀୟ ଓ ଜଣକୁ ୪ର୍ଥ ସ୍ଥାନ ଗ୍ରହଣ କରିଥିବା ଟୋଟାଲିଂ ସିଟରେ ସ୍ୱାକ୍ଷର କରିଥିବାର ରେକର୍ଡ କଲେଜରେ ରହିଛି । ସେହି ସାକ୍ଷାତକାରରେ ଯୋଗଦେଇଥିବା ୬ଜଣଙ୍କ ମଧ୍ୟରୁ ମନୋଜ କୁମାର ରାଉତ, ସଞ୍ଜୟ କୁମାର ପଣ୍ଡା, ମନୋଜ କୁମାର ଦାସ ଓ ସୁଧାଂଶୁ ରଞ୍ଜନ ସାମଲଙ୍କୁ କନିଷ୍ଠ କିରାଣି ପଦରେ ତଦନାନ୍ତିନ କଲେଜ ଅଧ୍ୟକ୍ଷଙ୍କ ଦ୍ୱାରା ନିଯୁକ୍ତି ପ୍ରଦାନ କରାଯାଇଥିଲା । କିନ୍ତୁ ଏବେ ସୁଦାମ ରାଉତ, ନରେଶ ଦାସ, ସୁକାନ୍ତ ଶତପଥୀ, ବିମଳ ଜେନା ପ୍ରମୁଖ ଅଭିଯୋଗ କରିଛନ୍ତି ଯେ ସାକ୍ଷାତକାରର ସଂପୃକ୍ତ ଏକ୍ସପୋର୍ଟ ଅଧ୍ୟାପକ ଡି. କେ. ଭୂୟାଁ ସେହି ସାକ୍ଷାତକାରରେ ଯୋଗଦେଇନଥିଲେ ଓ କେବଳ ଲକ୍ଷାଧିକ ଟଙ୍କା ଉତ୍କଚ ସେହି ପ୍ରାର୍ଥୀଙ୍କ ଠାରୁ ନିଆଯାଇ ୪ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିଲା । ଅଧ୍ୟାପକ ଶ୍ରୀ ଭୂୟାଁଙ୍କ ସହିତ ଏସମ୍ପର୍କରେ ଯୋଗାଯୋଗ କରିବାରେ ସେ କହିଥିଲେ ଯେ ପଟ୍ଟାମୁଣ୍ଡାଇ ମହିଳା କଲେଜର କନିଷ୍ଠ କିରାଣି ପଦ ନିମନ୍ତେ ଅନୁଷ୍ଠିତ କୈାଣସି ସାକ୍ଷାତକାରରେ ସେ କେଭେବି ଯୋଗଦେଇ ନାହାନ୍ତି କିମ୍ବା ସାକ୍ଷାତକାର ହୋଇଥିବା ସମ୍ପର୍କରେ ରେକର୍ଡରେ ଯେଉଁ ସ୍ୱାକ୍ଷର ତାଙ୍କ ନାମରେ କରାଯାଇଛି ତାହା ତାଙ୍କର ନୁହେଁ । ତେଣୁ ଏଭଳି ପରିସ୍ଥିତିରେ ଏହି ଦୁର୍ନିତୀ ଘଟଣାର ଭିଜିଲାନ୍ସ ବିଭାଗ ଦ୍ୱାରା ତଦନ୍ତ କରାଯିବା ପାଇଁ ସାଧାରଣରେ ଦାବି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ