ଗୋଟିଏ ପିସ୍ତଲ ଜବତ ଦୁଇ ଜଣ ଯୁବକ ଗିରଫ

ପୋଲସରା/ବୁଗୁଡା, (ଅନିଲ କୁମାର ମହାରଣା):ପୋଲସରା ପୋଲିସ ପକ୍ଷରୁ ଗୋଟିଏ ପିସ୍ତଲ ଜବତ କରିବା ସହ ଦୁଇଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି। ପୋଲସରା ପୋଲିସ ଥାନା ପକ୍ଷରୁ ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକଙ୍କ ନେତୃତ୍ୱରେ ରାଆଣ୍ଡି ସ୍ଥିତ ଧନେଇ ଡ୍ୟାମ ନିକଟରେ ପେଟ୍ରୋଲିଙ୍ଗ କରୁଥିଲେ। ଦୁଇଜଣ ଯୁବକ ଏକ ସ୍କୁଟିରେ ପୋଲସରା ଦିଗରୁ ପାଣ୍ଡିରୀ ପଡା ଦିଗକୁ ଯାଉଥିବା ସମୟରେ ସନ୍ଦେହ ହେବାରୁ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ ମିଳିଥିବା ବେଳେ ଦୁଇ ଯୁବକଙ୍କୁ ପୋଲିସ ଗିରଫ କରିଥିଲେ। ଗିରଫ ଯୁବକ ଦ୍ବୟ ହେଲେ ପୋଲସରା ଥାନା ଇଚ୍ଛାପୁର ଗ୍ରାମର ପ୍ରଦୀପ ବିଷୋୟୀ ଓ ବେଗୁନିଆପଡାର ସଂଗ୍ରାମ ସାହୁ। ଏନେଇ ପୋଲସରା ପୋଲିସ ଥାନା କେଶ ନମ୍ବର ୨୪୪/୨୩ ପ୍ରକାରେ ଏକ ମାମଲା ରୁଜୁ ହେବା ସହ ଗିରଫ ଦ୍ୱୟଙ୍କୁ କୋର୍ଟ ଚାଲାଣ ହୋଇଥିବା ଆଇଆଇସି ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ