ଗୋଟିଏ ସ୍ଥାନରେ ତିନୋଟି ଦୁର୍ଘଟଣା ପୋଢମୃତ୍ୟୁ ତିନି ଗୁରୁତର

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-ବାଲିଗୁଡାରେ ଗୋଟିଏ ସ୍ଥାନରେ ତିନୋଟି ଦୁର୍ଘଟଣା ହୋଇଛି ,ପୋଢ ମରିଯାଇଥିବା ବେଳେ ଆଉ ତିନି ଜଣ ଗୁରୁତର ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ ବାଲିଗଡାର ପେଟ୍ରୋଲ ପମ୍ପ ନିକଟରେ ଜଣେ ଯୁବକ ଦୃତ ଗତିରେ ଆସି ଗୋଟିଏ ପୋଢ ଦେହରେ ବାଡେଇହୋଇଥିଲା ଘଟଣା ସ୍ଥାଳରେ ପୋଢର ମୃତ୍ୟୁ ହୋଇଗଲା କିନ୍ତୁ ଦୁର୍ଘଟଣା ଘଟାଇଥିବା ଯୁବକର କିଛି ହୋଇନାହିଁ । ଏହି ଘଟଣା ଶୁଣି ପ୍ରତାପ କେଶରୀ ସାବତ(ଟୁନା) ଘଟନାସ୍ଥଳକୁ କଣ ହୋଇଛି ଦେଖିବା ପାଇଁ ଯାଇଥିଲେ ଏହି ସମୟରେ ମହାସିଙ୍ଗି ପଟର ଆଉ ଜଣେ ଯୁବକ ବାଇକରେ ଦ୍ରୁତ ଗତିରେ ଆସି ରୋଡସାଇଡରେ ଠିଆ ହୋଇଥିବା ପ୍ରତାପ ସାବତଙ୍କୁ ଧକ୍କା ଦେଇଥିଲା ଯାହାଫଲରେ ପ୍ରତାପ ସେଠି ପଡିଯାଇଥିଲେ ଓ ମୋଟରସାଇକେଲ ଡ୍ରାଇଭର ଲିଙ୍ଗରାଜ ନାୟକ ଫିଙ୍ଗି ହୋଇପଡିଥିଲେ । ସ୍ଥାନୀୟ ଲୋକେ ଏହି ଦୁଇ ଜଣଙ୍କୁ ଉଠାଇ ମେଡିକାଲକୁ ଆଣିଥିଲେ । ପ୍ରତାପ ସାବତ ଗୁରୁତର ଥିବା ବେଳେ ବାଇକ ଆରୋହୀ ବି ଆହାତ ହୋଇଛନ୍ତି । ଏହି ଦୁର୍ଘଟଣା ଘଟିବାର ମାତ୍ର କିଛି ସମୟ ପରେ ଆଉ ଜଣେ ବାଇକ ଆରୋହୀ ଠିକ ସେହି ସ୍ଥାନରେ ବାଇକ ଜୋର ଆଣି ଗୋଟିଏ ଗାଇକୁ ଲଗାଇଥିଲା ଯାହାଫଳରେ ବାଇକ ଆରୋହୀ ସନ୍ତୋଷ ପାତ୍ର ଛିଟିକିକି ପଡିଥିଲେ ତାଙ୍କୁ ମେଡିକାଲ କୁ ସ୍ଥାନୀୟ ଲୋକ ନେଇଥିଲେ । ଏହି ତିନି ଜଣ ବର୍ତମାନ ଗୁରୁତର ଅବସ୍ଥାରେ ଉପଖଣ୍ଡ ଚିକିସରାଳୟରେ ଚିକିତ୍ସିତ ହେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ