ଗୋଟିପୁଅ ନୃତ୍ୟରେ ସାରାବିଶ୍ୱରେ ମନ ଜିଣିଲେ ଓଡ଼ଆ ଝିଅ ପ୍ରିୟାଂଶୀ ଜେନା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନୃତ୍ୟଧାମ କଳା ସମିତି ଭିଲାଇ ଦ୍ୱାରା ଥାଇଲାଣ୍ଡରେ ଆୟୋଜିତ ଦେଶ ରାଗ ଭାରତ ସଂସ୍କୃତି ଯାତ୍ରା ଗ୍ଲୋବାଲ ଫେଷ୍ଟିଭାଲ ଅଫ ଇଣ୍ଡିଆନ ଆର୍ଟ ଆଣ୍ଡ କଲ୍‌ଚରର ୧୮ତମ ଅଡ଼ିଶନ ଥାଇଲାଣ୍ଡ ୨୦୨୩ ପ୍ରତିଯୋଗିତାରେ ସାରା ଭାରତରୁ ୧୧୮ଜଣିଆ ପ୍ରତିଯୋଗୀ ଦଳଗତ ଭାବେ ଭାଗ ନେଇଥିଲେ । ଜୁଲାଇ ୫ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ନୃତ୍ୟ, ସଙ୍ଗୀତ, ବାଦ୍ୟଯନ୍ତ୍ର, ଚିତ୍ରାଙ୍କନ ଇତ୍ୟାଦି ସମସ୍ତ ପ୍ରତିଯୋଗିତାରେ ଲାସ୍ୟକଳା ଡ୍ୟାନ୍ସ ଏକାଡ଼େମୀର ଛାତ୍ରୀ ଝିଅ ପ୍ରିୟାଂଶୀ ଜେନା ଭାଗ ନେଇଥିଲେ । ନୃତ୍ୟୁଗୁରୁ ଶାଶ୍ୱତ ଯୋଶୀ, ସାଗରିକା ମହାନ୍ତି, ସେନାଲି ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ ପ୍ରିୟାୟଶୀ । ଏଥିରେ ବରିଷ୍ଠ ବର୍ଗର ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଅର୍ପିତା ଶତପଥୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କନିଷ୍ଠ ବର୍ଗର ସମସ୍ତ ପ୍ରତିଯେଗୀଙ୍କୁ ପଛରେ ପକାଇ ଓଡ଼ିଆ ଝିଅ ପ୍ର୍ରିୟାଂଶୀ ଜେନା ନିଜ ଗୁରୁଙ୍କ ଠାରୁ ଶିକ୍ଷାଲାଭ କରିଥିବା ଗୋଟିପୁଅ ନୃତ୍ୟ ପରିବେଷଣ କରି ପ୍ରଥମ ସ୍ଥାନ ଅଧିକାର କରି ସାରା ବିଶ୍ୱରେ ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି । ଏଥିସହିତ ପ୍ରିୟାଂଶୀ ଅନ୍ତର୍ଜାତୀୟ ସ୍କଲାରସିପ୍ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆଗାମୀ ବର୍ଷରେ ହେବାକୁ ଥିବା ଦୁବାଇ ପ୍ରତିଯୋଗିତାରେ ପ୍ରିୟାଂଶୀ ଅଂଶଗ୍ରହଣ କରିବାକୁ ମନୋନୀତ ହୋଇଛନ୍ତି । ସେଥିପାଇଁ ପ୍ରିୟାଂଶୀ ନିଜର ପିତାମାତା, ଗୁରୁ ଓ ଗୁରୁମା ଏବଂ ଓଡ଼ିଶାର ସମସ୍ତ ଗୁରୁଜନମାନଙ୍କର ଆଶୀର୍ବାଦ ଭିକ୍ଷା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ