ଗୋତି ମୁକ୍ତି ମହାସଂଘ ର ଦାବିପତ୍ର

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଗୋତି ମୁକ୍ତି ମହାସଂଘ ସରକାରୀ ସ୍ତର ରେ ଅଭିଯୋଗ ଗ୍ରହଣ କରି ଉକ୍ତ ଅଭିଯୋଗ ଉପରେ ଉତ୍ତରଦାୟିତ୍ୱ ପାଇଁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଅସ୍ତରଙ୍ଗ ତହସିଲଦାର ରାଜଲକ୍ଷ୍ମୀ ନାୟକ ଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ସୂଚନା ଯୋଗ୍ୟ ଯେ, ୨୦୧୭ ମସିହା ରେ ରାଜ୍ୟ ସରକାର ଆଣିଥିବା ଏକ ଆଇନ ଅନୁଯାୟୀ ବିଭିନ୍ନ ସରକାରୀ ସ୍ତର ରେ ଆସୁଥିବା ଅଭିଯୋଗ ଉପରେ ଚିଠି ଗ୍ରହଣ କରି ଅଭିଯୋଗ କାରି ଙ୍କୁ ଉକ୍ତ ଚିଠି ର ଗ୍ରହଣଯୋଗ୍ୟ ନକଲ ଦେବା ନିୟମ ରହିଛି। କିନ୍ତୁ ଅନେକ ସରକାରୀ କାର୍ଯ୍ୟାଳୟ ରେ ଏହା ଠିକ ଭାବେ କାର୍ଯ୍ୟକାରୀ ହେଉନଥିବା ଜଣାପଡିଛି। ଯେଉଁ ଅଧିକାରୀ ଅଭିଯୋଗ ପତ୍ର ଗ୍ରହଣ କରିବେ ତାର ପ୍ରାପ୍ତି ସ୍ବୀକାରପତ୍ର ପ୍ରଦାନ ନ କଲେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରୀ ନିୟମ ରହିଛି। କିନ୍ତୁ ଏହି ଅଞ୍ଚଳ ର ବ୍ଲକ, ତହସିଲ, ଥାନା ଇତ୍ୟାଦି ରେ ପ୍ରାପ୍ତି ସ୍ଵୀକାର ପତ୍ର ମିଳୁନାହିଁ, ଯଦି ଅଭିଯୋଗକାରୀ ଉକ୍ତ କାର୍ଯ୍ୟାଳୟ ର ଉପରିସ୍ଥ ଅଧିକାରୀ ଙ୍କୁ ଜଣାଉଛନ୍ତି ତେବେ ସରକାରୀ ନିୟମ ଅନୁଯାୟୀ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ, ଏହି ସବୁ କାରଣ ପାଇଁ ସାଧାରଣ ଲୋକ ସରକାରୀ କାର୍ଯ୍ୟାଳୟ କୁ ଦୌଡ଼ିବାକୁ ପଡୁଛି କିମ୍ବା ମଧ୍ୟସ୍ଥି ଙ୍କ ସାହାଯ୍ୟ ନେବାକୁ ପଡୁଛି, ଆବେଦନକାରି ଙ୍କ ନିକଟରେ ଯଥାସମ୍ଭବ ପ୍ରମାଣପତ୍ର ନଥିବାରୁ କୌଣସି ବିଚାରଳୟ ରେ ନିଜ ଆବେଦନ କରିବାରେ ସମସ୍ୟା ସୃଷ୍ଟି ହେଉଛି। ସେଥିପାଇଁ ଓଡିଶା ଗୋତୀମୁକ୍ତି ଆନ୍ଦୋଳନ ସଙ୍ଘ ଅସ୍ତରଙ୍ଗ ମୁଖ୍ୟ ବଜାର ରୁ ଏକ ପଦଯାତ୍ରା କରି ଅସ୍ତରଙ୍ଗ ତହସିଲ ରେ ତହସିଲଦାର ଙ୍କୁ ଏକ ଦାବିପତ୍ର ଦେଇଛନ୍ତି ଓ ରାଜ୍ୟ ସରକାର ଏହି ଆଇନ କୁ ସୁରକ୍ଷା ଦେବାପାଇଁ ଓ ଦୋଷୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିକଟକୁ ଦରଖାସ୍ତ କରି ଦାବି କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ