ମାଣ୍ଡୁକିରେ ବିଜେପି ପ୍ରତିଷ୍ଠା ଦିବସ
କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ ):-୦୬/୦୪:-ସୋମବାର ଅପରାହ୍ନ ରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ମଣ୍ଡଳ ଅଧୀନ ମାଣ୍ଡୁକି ପଂଚାୟତ ନିକଟରେ ୪୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅସ୍ତରଙ୍ଗ ମଣ୍ଡଳ ସଭାପତି ଶ୍ରୀଯୁକ୍ତ ଇନ୍ଦ୍ରମଣୀ ଜେନା ଦଳୀୟ ପତାକା ଉତ୍ତୋଳନ କରିବା ସହ ଦଳର ପ୍ରତିଷ୍ଠାତା ଶ୍ୟାମ ପ୍ରସାଦ ମୁଖାର୍ଜୀ ଏବଂ ସାଧାରଣ ସମ୍ପାଦକ ପଣ୍ଡିତ ଦୀନ ଦୟାଲ ଉପାଧ୍ୟୟ ଙ୍କ ତ୍ୟାଗ, ସମର୍ପଣ ଓ ବଳିଦାନ ବିଷୟରେ କହିଥିଲେ।”ସେବା ହିଁ ସଂଗଠନ “କୁ ମୂଳମନ୍ତ୍ର କରି ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତା ନିରନ୍ତର କାର୍ଯ୍ୟ କରି ଚାଲିଛନ୍ତି। ଆଗାମୀ ଦିନରେ ଏହି ଧାରା ଜାରୀ ରହିବ ବୋଲି କହିଥିଲେ। କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ ସମସ୍ତ ଜନ କଲ୍ୟାଣ ଯୋଜନାର ସୁଫଳ ଏବଂ ବିଜେପିର ବିଚାର ଓ ଆଦର୍ଶ କୁ ଲୋକମାନଙ୍କ ଭିତରେ ପହଂଚାଇବା ପାଇଁ ଏହି ବୈଠକ ରେ ଆଲୋଚନା ହୋଇଥିଲା। ଦଳ ପ୍ରତିଷ୍ଠା ହେବା ଦିନରୁ ଆଜି ପର୍ଯ୍ୟନ୍ତ ଓଡିଶାରେ ବିଜେପିର ଇତିହାସ, ଅଭିଯାନ ଓ କାର୍ଯ୍ୟ କଳାପ ସମ୍ପର୍କରେ ବରିଷ୍ଠ ନେତା ପ୍ରଭାକର ନାୟକ ଆଲୋଚନା କରିଥିଲେ। କେଦାରନାଥ ଜେନା ଓ ପବିତ୍ର ରାଉତ ଦଳର ସାଙ୍ଗଠନିକ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଗଗନ କାଣ୍ଡି ଧନ୍ୟବାଦ ଜ୍ଞାପନ କରିଥିଲେ। ଦଳର ବରିଷ୍ଠ ନେତା ପବିତ୍ର ରାଉତ, କେଦାର ନାଥ ଜେନା, ପ୍ରଭାକର ନାୟକ, ବାସୁଦେବ ସାହୁ, ତ୍ରିଭୁବନ ଜେନା ଙ୍କ ସମେତ ୩ ସହ ଉର୍ଦ୍ଧ କର୍ମୀ ପ୍ରମୁଖ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ। ଅସ୍ତରଙ୍ଗ ମଣ୍ଡଳ ର ସମସ୍ତ ବୁଥ୍ ରେ ଦଳର “ପ୍ରତିଷ୍ଠା ଦିବସ “ପାଳନ ହୋଇଯାଇଛି।


