ଗୋଦାମ ଘରେ ଲାଗିଲା ନିଆଁ, ଜଳିଗଲା କାର ଓ ବାଇକ୍
ଭବାନୀପାଟଣା/ଲାଞ୍ଜିଗଡ଼, (ଓ୍ୱାଇଏନ୍ଏସ୍): ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଆଦର୍ଶ ବିଦ୍ୟାଳୟ ନିକଟରେ ଥିବା ପୁରୁଣା ଅବ୍ୟବହୃତ ଗୋଦାମ ଘରେ ନିଆଁ ଲାଗିଯିବା ଫଳରେ ସେଥିରେ ଥିବା ଗୋଟିଏ ଇଣ୍ଡିକା କାର,ବାଇକ୍ ଓ ଗୋଦାମ ଘରେ ଥିବା ପୁରୁଣା ସାମଗ୍ରୀ ପୋଡି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି।ଗୋଦାମ ଘରଟି ଲାଞ୍ଜିଗଡ ସୁରେଶ ଅଗ୍ରୱାଲଙ୍କ ଥିବା ବେଳେ ତାହା ବର୍ତ୍ତମାନ ବହୁଦିନ ହେଲା ଅବ୍ୟବହୃତ ହୋଇ ପଡ଼ିରହିଥିଲା। ଗୋଦାମ ଘର ନିକଟସ୍ଥ ମହୁଲ ଗଛ ତଳେ ଲାଗିଥିବା ନିଆଁ ଧୀରେ ଧୀରେ ବ୍ୟାପି ଗୋଦାମ ଘରେ ଲାଗିଥିଲା।ଯାହା ଫଳରେ ଗୋଦାମ ଘରଟି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଥିବା ବେଳେ ସେଠାରେ ଥିବା କାର ଓ ବାଇକ୍ ମଧ୍ୟ ପୋଡ଼ ନଷ୍ଟ ହୋଇଯାଇଥିଲା। ଏହି ଖବର ପାଇ ଲାଞ୍ଜିଗଡ ଅଗ୍ନିଶମ ବିଭାଗ ଫାୟାର ଅଫିସର ମନୋରଞ୍ଜନ ପାଢ଼ୀ ନିଜ ଟିମ୍ ସହିତ ଘଟଣା ସ୍ଥଳରେ ପହଞ୍ଚି ବହୁ କଷ୍ଟରେ ନିଆଁକୁ ଆୟତ୍ତ କରିଥିବା ପ୍ରକାଶ କରିଛନ୍ତି।


