ଗୋପବନ୍ଧୁଙ୍କ ଶ୍ରାଦେ୍ଧାତ୍ସବ ଅବସରରେ ରକ୍ତଦାନ ଶିବିର

ହାଟଡିହିି, (ବିକାଶ ବିଶ୍ୱାଳ):ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଶ୍ରାଦେ୍ଧାତ୍ସବ ଅବସରରେ ଆଜି ସେଣ୍ଟ ଜାଭିୟର ହାଇସ୍କୁଲ ଚଣ୍ଡୀ ବିରଞ୍ଚିପୁର ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ସେଣ୍ଟ ଜାଭିୟର ହାଇସ୍କୁଲର ପ୍ରତିଷ୍ଠାତା ଉଦୟନାଥ କର, ସୋସୋ ଥାନା ଅଧିକାରୀ ଅନିଲ କୁମାର ସାମଲ, ସାଂସଦ ପ୍ରତିନିଧି ନନ୍ଦୁ ଚରଣ ଜେନା, ଯୁବନେତା ବିଶ୍ୱନାଥ ପ୍ରତାପ ପ୍ରତାପ ଜେନା, ମହିଳା କମିସନ ସଦସ୍ୟା ଆରତୀ ସିଂ ପ୍ରମୁଖ ଅତିଥିଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ଆଜିର ଯୁବପିଢ଼ୀ ସମାଜସେବାକୁ ଆଦରି ନେବାକୁ ଆହ୍ୱାନ ଦେଇଥିଲେ । ଏହି ଶିବିରରୁ ମୋଟ ୨୨ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ବିଜେପି ଯୁବମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଜ୍ଞ ପ୍ରସାଦ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ସମାଜସେବୀ ସୁଧାଶୁଂ ଦକ୍ଷିଣରାୟ, ସାମ୍ବାଦିକ ଗୋପାଳକୃଷ୍ଣ ରାଉତ, କିଶୋର ଆଚାର୍ଯ୍ୟ, ଦେବବ୍ରତ ବେହେରା, ବିଭୁତି ଭୁଷଣ ଜେନା, ପଙ୍କଜ ସାବତ, ଅମିୟ ବରାଳ, ରତିକାନ୍ତ ସାହୁ, ଲଲାଟେନ୍ଦୁ ଧିର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସେଣ୍ଟ ଜାଭିୟର ହାଇସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ