ଗୋପବନ୍ଧୁନଗର ସାହି ପୂଜା କମିଟି ପକ୍ଷରୁ ରଙ୍ଗା ରଙ୍ଗ ସାଂସ୍କୃତିକ କାଯ୍ୟକ୍ରମ

ଛତ୍ରପୁର; ଛତ୍ରପୁର ଵିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ଗୋପବନ୍ଧୁ ନଗର ସାହିରେ ଆଜି କୁନି କୁନି ପିଲାଙ୍କ ନାଚ ଗିତରେ ସାଂସ୍କୃତିକ ସନ୍ଧ୍ୟା ଉତ୍ସବ ମୁଖର ହୋଇଉଠିଥିବା ଦେଖିବାକୁ ମିଳିଛି । ପାଦକୁ ପାଦ ଥାପି କୁନି କୁନି ଶିଶୁ କଳାକାର ମାନେ ମୁରୁକି ହସି ଗିତ ନାଚରେ ମସଗୁଲ ହୋଇ ନିଜର କଳା ପ୍ରତିଭା ଦେଖାଇଥିଲେ । ଅଭିଭାବକ ଓ ଦର୍ଶକ ମାନଙ୍କ କରତାଳିରେ ସଭାସ୍ଥଳି ଝଲକି ଉଠିଥିଲା । ଗୋପବନ୍ଧୁ ନଗର ସାହିର ଶ୍ରୀ ବିନାୟକ ଯୁବ ଗୋଷ୍ଠୀ ପକ୍ଷରୁ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ପବିତ୍ର ଗଣେଷ ଚତୁର୍ଥୀ ଅବସରରେ ଜୁନିଅର ଓ ସିନିଅର ବର୍ଗର ଶିଶୁ ମାନଙ୍କୁ ନେଇ ଚିତ୍ରାଙ୍କନ ଓ ଡ୍ୟାନ୍ସ ପ୍ରତିଯୋଗିତା ଗଣେଷ ମେଢ ନିକଟରେ ମହା ଆଡମ୍ଭର ସହକାରେ ପାଳିତ ହୋଇଯାଇଛି । ଚିତ୍ରାଙ୍କନ ପ୍ରତିଯୋଗିତାରେ ଶିଶୁ ପ୍ରତିଭା ମାନେ ନିଜ ନିଜର ପେନସିଲ୍ ମୁନରେ ଚିତାକର୍ଷକ ଚିତ୍ରାଙ୍କନ କରି ବିଚାରକ ମାନଙ୍କ ମନ ମୋହିଥିଲେ । ସେହିଭଳି ଜୁନିଅର ଓ ସିନିଅର ବର୍ଗର ଶିଶୁ ନୃତ୍ୟ କଳାକାର ମାନେ ନିଜ ନିଜର ଡ୍ୟାନ୍ସ ଆଧୁନିକ ଢଙ୍ଗରେ ମଞ୍ଚ ଉପରେ ପରିବେଷଣ କରିଥିଲେ । ଚିତ୍ରାଙ୍କନ ପ୍ରତିଯୋଗିତା ପାଇଁ ବିଚାରକ ଭାବେ ସୁନାମ ଧନ୍ୟ ଚିତ୍ର ଶିଳ୍ପି ମାଇକେଲ ରବି ରହିଥିବା ବେଳେ ଡ୍ୟାନ୍ସ ପ୍ରତିଯୋଗିତାର ବିଚାରକ ଭାବେ ସମାଜସେବୀ ଅରୁଣ ଶତପଥୀ,ଶିକ୍ଷାବିତ୍ ପୂର୍ଣ୍ଣ ଚନ୍ଦ୍ର ବେହେରା ଓ ଯୁବ ସାମ୍ବାଦିକ ପ୍ରଶାନ୍ତ କୁମାର ମହାରଣା ଦାୟିତ୍ୱ ତୁଲାଇଥିଲେ ।

ଏଥିରେ କୃତିତ୍ୱ ହାସଲ କରିଥିବା କୃତୀ ପ୍ରତିଯୋଗିତା ମାନଙ୍କୁ ମୁଖ୍ୟ ଅତିଥୀ ଭାବେ ଜାତୀୟ ପୁରସ୍କାର ପ୍ରାପ୍ତ ଯୁବ ସମାଜସେବୀ ତଥା କ୍ୟୁୟୁସ ସ୍ୱେଚ୍ଛାସେବୀ ସଙ୍ଗଠନର ସମ୍ପାଦକ ଅରୂଣ କୁମାର ଶତପଥୀ ଯୋଗ ଦେଇ ପୁରସ୍କାର ବଂଟନ କରିଥିବା ବେଳେ ସମ୍ମାନୀତ ଅତିଥୀ ଭାବେ ଯୁବ ସାମ୍ବାଦିକ ବସନ୍ତ କୁମାର ମହାରଣା,ପ୍ରଶାନ୍ତ କୁମାର ମହାରଣା,ସହକାରୀ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ବେହେରା,ଶାନ୍ତନୁ କୁମାର ଶତପଥୀ,ଅଶୋକ କୁମାର ବେହେରା,ଟି.ଗୁରୁ ପ୍ରିୟ ଆଚାରି,କୃଷ୍ଣ ଚନ୍ଦ୍ର ପ୍ରଧାନ ପ୍ରମୂଖ ଯୋଗ ଦେଇ କୃତୀ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଶ୍ରୀ ବିନାୟକ ଯୁବ ଗୋଷ୍ଠୀ ପକ୍ଷରୁ ଚିତାକର୍ଷକ ରଙ୍ଗା ରଙ୍ଗ ଗୃପ ଡ୍ୟାନ୍ସ ପରିବେଷିତ ହୋଇଥିଲା । ସମସ୍ତ କାର‌୍ୟ୍ୟକ୍ରମକୁ ରୟାଲ ପ୍ରକାଶ,ଆଦିତ୍ୟ ମହାରଣା,ନାରାୟଣ ମହାରଣା,ଦେବଦତ୍ତ ମହାରଣା,ପ୍ରଫୁଲ୍ଲ ମହାରଣା,ବାପି ରଥ,ସିମାଞ୍ଚଳ ପ୍ରଧାନ,ଲଳିତ ସାହୁ,ସନ୍ତୋଷ ରଥ,ଆନନ୍ଦ ପ୍ରଧାନ,କାଳିଆ ମହାରଣା,ବିଟୁ ବେହେରା,ଭୋଳା ଶଙ୍କର ଙ୍କ ସମେତ ସାହି ବାସିନ୍ଦା ମାନେ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ