ଗୋପରେ ନୂତନ ତହସିଲଦାର ଓ ବିଡିଓ ଙ୍କ ଯୋଗଦାନ

ନିମାପଡ଼ା, (ସନ୍ତୋଷ ଦାସ):ପୁରୀ ଜିଲ୍ଲା ଗୋପରେ ଦୁଇଜଣ ଦକ୍ଷ ପ୍ରଶାସନିକ ଅଧିକାରୀ ନୂତନ ଭାବେ ଯୋଗ ଦେଇଛନ୍ତି। ନୂତନ ତହସିଲଦାର ଭାବେ ରଞ୍ଜନ କୁମାର ପରିଡା ଯୋଗ ଦେଇଥିବା ବେଳେ ନୂତନ ବିଡିଓ ଭାବେ ଛବିରାଣୀ ସାହୁ ଯୋଗଦେଇଛନ୍ତି । ପୂର୍ବରୁ ଥିବା ତହସିଲଦାର ଭାଗ୍ୟଶ୍ରୀ ହାଁସଦା ଅନ୍ୟତ୍ର ବଦଳି ହେବାପରେ ତାଙ୍କ ସ୍ଥାନରେ ରଞ୍ଜନ କୁମାର ପରିଡା ଦାୟିତ୍ୱ ଗ୍ରହଣ କରିଛନ୍ତି । ସେହିପରି ଗୋପ ବ୍ଲକରେ ଦୀର୍ଘ ୫ ବର୍ଷ କାଳ କାର୍ଯ୍ୟ କରିଥିବା ବିଡିଓ ଦିପ୍ତୀରାଣୀ ଦାସ ପଞ୍ଚାୟତିରାଜ ବିଭାଗ କୁ ବଦଳି ହେବାପରେ ତାଙ୍କ ସ୍ଥାନରେ ଛବିରାଣୀ ସାହୁ ନୂତନ ବିଡ଼ିଓ ଭାବେ ଯୋଗ ଦେଇଛନ୍ତି । ଉଭୟ ଅଧିକାରୀ ଓ ଅଧିକାରିଣୀ ଙ୍କୁ ଗୋପ ସାମ୍ବାଦିକ ସଂଘ ଓ ବିଜେପି ଯୁବମୋର୍ଚା ତରଫରୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବ ସ୍ୱାଗତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ