ଗୋପାଳକୃଷ୍ଣ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୯ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ

ଗଂଜାମ, (ବିନୋଦ ପଲାଇ):ଗଂଜାମ ବ୍ଲକ ଅନ୍ତର୍ଗତ ସୁବଳୟା ଗୋପାଳକୃଷ୍ଣ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୯ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଅଧ୍ୟକ୍ଷ ଡ଼. ସିଏଚ ସୁଧାକରଙ୍କ ସଭାପତିତ୍ୱରେ ଉଦଯାପିତ ହୋଇଯାଇଛି ।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ଶ୍ରୀ ସୁବାଷ ଚନ୍ଦ୍ର ବେହେରା ,ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ୱାଳ, ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ,ଶ୍ରୀ ସୁରଥ ପାହାନ, ଗଞ୍ଜାମ କ୍ଲବର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ରଘୁନାଥ ସାହୁ,ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସନାତନ ବେହେରା, ଗଂଜାମ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଅନ୍ତର୍ଯ୍ୟାମୀ ବେହେରା,ହୁମ୍ମା ପଂଚାୟତରେ ସରପଞ୍ଚ ପ୍ରତିନିଧି ଶ୍ରୀ ମିଲୁ ଦାସ,ଅନୁଷ୍ଠାନର ପରିଚାଳନା ପରିଷଦର ପୂର୍ବତନ ସମ୍ପାଦକ ଶ୍ରୀ ଅର୍ପର୍ଣ୍ଣା ଚରଣ ବେହେରା,ସମାଜସେବୀ ରଙ୍କନାଥ ପ୍ରଧାନ,ସୁବଳୟା ଗ୍ରାମ୍ୟ କମିଟିର ସଭାପତି ଶ୍ରୀ ଲିଙ୍ଗରାଜ ସାହୁ,ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ବେହେରା,ସୁବଳୟା ଗ୍ରାମ ପଂଚାୟତର ନାଏବ ସରପଞ୍ଚ ଶ୍ରୀ ରାକେଶ କୁମାର ସାହୁ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ ।ନିମନ୍ତ୍ରିତ ଅତିଥିମାନେ କ୍ରୀଡ଼ା ମନୁଷ୍ୟକୁ ମାନବିକତା ଶିଖାଏ ,ବ୍ୟକ୍ତିତ୍ୱକୁ ବିକାଶ ଓ ପରିମାର୍ଜିତ କରାଇଥାଏ ।ସାମାଜିକ ଜୀବନରେ ନେତୃତ୍ୱ ନେବାର କଳା ଶିଖାଏ ଏବଂ ସୁନାଗରିକ କରି ଗଢ଼ି ତୋଳିଥାଏ ବୋଲି ନିଜେ ନିଜର ବକ୍ତବ୍ୟ ମାଧ୍ୟମରେ ଉପଦେଶ ଦେଇଥିଲେ ।କ୍ରୀଡ଼ା ସଂସଦର ସଂଯୋଜକ ତଥା ଅର୍ଥନୀତି ବିଭାଗର ଅଧ୍ୟାପକ ଡ଼.ରବୀନ୍ଦ୍ର ନାଥ ଜେନା ସ୍ୱାଗତ ଭାଷଣ ଦେଇଥିଲେ ।ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଅଧ୍ୟାପକ ଡ଼.ଜଗଦୀଶ ଚନ୍ଦ୍ର ପାଲ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଇତିହାସ ଓ ଓଡ଼ିଆ ବିଭାଗର ଅଧ୍ୟାପିକା ଶ୍ରୀମତୀ ଜୋତ୍ସ୍ନା କୁମାରୀ ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।ବାଳିକା ବିଭାଗରେ ଦ୍ଵିତୀୟ ବର୍ଷ କଳା ଛାତ୍ରୀ ପୂଜା ରଣା ଏବଂ ବାଳକ ବିଭାଗରେ ପ୍ରଥମ ବର୍ଷ କଳା ଛାତ୍ର ରାଜା ଦାସ ଚାମ୍ପିଆନ ହୋଇଥିଲେ ।ଉକ୍ତ କ୍ରୀଡ଼ା ପ୍ରତିଯୋଗୀତାକୁ ଗୋପାଳକୃଷ୍ଣ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ବିରଞ୍ଚି ନାରାୟଣ ବେହେରା,ଗୋପାଳକୃଷ୍ଣ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଭଞ୍ଜ କିଶୋର ବିଶ୍ୱାଳ ,ଅନୁଷ୍ଠାନର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ରୂପେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ