ଗୋପାଳନ ଦକ୍ଷତା ଅଭିବୃଦ୍ଧି ତାଲିମ ଶିବିର
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍):ନାଉଗାଁ ବ୍ଳକ ଅନ୍ତର୍ଗତ ଘୋଡାଂଶ ପଂଚାୟତର ରାଜୀବ ଗାନ୍ଧି ସେବା କେନ୍ଦ୍ରରେ ଆତ୍ମ ନିଯୁକ୍ତି ନିମନ୍ତେ ଗୋପାଳନ ସମ୍ବନ୍ଧୀୟ ଦକ୍ଷତା ଅଭିବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକତ୍ସାଧିକାରୀ ଡାକ୍ତର ରମେଶ ଚନ୍ଦ୍ର ବେହେରା, ସବଡିଭିଜନ ପ୍ରାଣୀ ଚିକିତ୍ସାଧିକାରୀ ବିଦ୍ୟାଧର ଶତପଥି,ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ପ୍ରଭାତ କୁମାର ପଣ୍ଡା,ଏଭିଏଏସ ଡାକ୍ତର ଶୁଭେନ୍ଦୁ ରଂଜନ ସେଠୀ ପ୍ରମୂଖ ଯୋଗ ଦେଇ ଉପସ୍ଥିତ ଗୋ ଚାଷୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଏହି ଶିବିିରରେ ୨୦ଜଣ ଗୋ ଚାଷୀ ୫ଦିନ ବ୍ୟାପି ତାଲିମ ନେଇଥିଲେ । ଶେଷ ଦିନରେ ବାଲିଆସ୍ଥିତ ଘାସ ଚାଷ କ୍ଷେତକୁ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ । ଏହି ଶିବିରକୁ ଅଲଣାହାଟ ପ୍ରାଣୀଧନ ନିରୀକ୍ଷକ ଅନ୍ନପୂର୍ଣ୍ଣା ଦାସ ପରିଚାଳନା କରୁଥିବା ବେଳେ ଡେରିକି ପ୍ରାଣୀଧନ ନିରୀକ୍ଷକ ସଂଗ୍ରାମ କେଶରୀ ରାଉତ ସହଯୋଗ କରିଥିଲେ ।