ଗୋପାଳପୁର ଥାନା ଅଧିକାରୀଙ୍କ ଅମାନବୀୟତା ଓ ବର୍ବରତା

ଫୁଲବାଣୀ, (ସୁର୍ଯ୍ୟ ବେହେରା):ଗଂଜାମ ଜିଲ୍ଲା ଗୋପାଳ ପୁର ପୋଲିସର ଅମାନବୀୟତା ଓ ବର୍ବରତା lକୌଣସି କାରଣ ନଥାଇ ଗଂଜାମ ଜିଲ୍ଲା ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରିଙ୍କ ନିର୍ଦେଶରେ କୁଆଡେ କିଛି ପୋଲିସ ଏକ ବେସରକାରୀ ଗାଡ଼ିରେ ଆସି ଗତ ୨୭ ତାରିଖ ଦିନ ବିଳମ୍ବିତ ରାତିରେ କନ୍ଧମାଳ ଜିଲ୍ଲା ରାଇକିଆ ସହରର କନ୍ୟାଶ୍ରମ ରୋଡ ରେ ରହୁଥିବା ରେଡି ମେଡ଼ ଗାର୍ମେଣ୍ଟସ ବ୍ୟବସାୟୀ ସୁମନ୍ତ କୁମାର ସାହୁଙ୍କ ଘରେ ପଶି ସାହି ଲୋକଙ୍କ ବାରଣ ସତ୍ୱେ ତାଙ୍କୁ ଯୋର ଜବରଦସ୍ତ ଉଠାଇ ଗୋପାଳପୁର ଥାନା କୁନେଇ ସେଠାରେ ନିସ୍ତୁକ ମାଡ଼ ମାରିବା ଫଳରେ ସେ ଆହତ ହୋଇଥିଲେ l ଫଳରେ ପ୍ରଥମେ ସୁମନ୍ତ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ଓ ପରେ ଫୁଲବାଣୀ ସଦରମହକୁମା ଡାକ୍ତର ଖାନାରେ ଭର୍ତ୍ତି ହୋଇଥିଲେ lଗୋପାଳ ପୁର ପୋଲିସର ଏଭଳି ଅମାନବୀୟ କାର୍ଯ୍ୟକୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି l ଏ ନେଇ ସୁମନ୍ତ କନ୍ଧମାଳ ଏସପି ବିନୀତ ଅଗ୍ରୱାଲଙ୍କୁ ଭେଟି ଜଣାଇବା ପରେ କନ୍ଧମାଳ ଏସପି ଅଗ୍ରୱାଲ ଙ୍କ ନିର୍ଦେଶରେ ରାଇକିଆ ଥାନା ଅଧିକାରୀ ରମାକାନ୍ତ ପାତ୍ର ବର୍ତମାନର ଗୋପାଳପୁର ଥାନା ଅଧିକାରୀ ଓ ପୂର୍ବତନ ରାଇକିଆ ଥାନା ଅଧିକାରୀଶ୍ରୀକାନ୍ତ ଖମାରି ଓ ସ୍ମୃତି ରେଖା ସାହୁଙ୍କ ନାମରେ ଧାରା ୩୪୧/୩୨୩/୨୯୪/୫୦୬/୪୨୦/୧୨୦-ବି ରେ ମାମଲା ରୁଜୁ ହୋଇଥିବା ଜଣାପଡିଛି lପୋଲିସ ମାଡ ରେ ଆହତ ସୁମନ୍ତଙ୍କ ସ୍ତ୍ରୀ ସୁଭଦ୍ରା କୁମାରୀ ଚନ୍ଦନ ରାଇକିଆ ଥାନାରେ ଏତଲା ଦେଇଥିବା ଜଣାପଡିଛି lସୂଚନା ଯୋଗ୍ୟ ଯେ, ରାଇକିଆ ଅଂଚଳ ର ସ୍ମୃତିରେଖା ସାହୁ ନାମକ ଜଣେ ମହିଳାଙ୍କ ଠାରୁ ବ୍ୟବସାୟି ସୁମନ୍ତ ପାଖାପାଖି ଚାରି ଲକ୍ଷ ଟଙ୍କା ଧାର ସୂତ୍ରରେ ଆଣିଥିଲେ ଆଉ ସୁଧ ସହ ଫୋନ ପେ,ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଫେରାଇଥିଲେ l ତେବେ ଭୂଲ ବଶତଃ ଧାର ଆଣିବାବେଳେ କରିଥିବା ଏଗ୍ରିମେଣ୍ଟ ପେପର ସ୍ମୃତି ରେଖାଙ୍କ ଠାରୁ ଆଣିନଥିଲେ lଫଳରେ ତାର ସୁଯୋଗ ରେ ସ୍ମୃତି ପୁଣି ଟଙ୍କା ଦାବୀ କରି ଆଗରୁ ପରିଚୟ ଥିବା ପୂର୍ବତନ ରାଇକିଆ ଥାନାଧିକାରୀଓ ବର୍ତମାନ ଗୋପାଳପୁର ଥାନା ଅଧିକାରୀ ଖମାରିଙ୍କ ସାହାଯ୍ୟ ନେଇଥିଲେ l ଆଉ ଖମାରି ପୋଲିସ ପଠାଇ ସୁମନ୍ତଙ୍କୁ ଗୋପାଳପୁର ନେଇ ମାଡ ମାରିଥିବା ଅଭିଯୋଗ ହୋଇଛି l ତେବେ ସ୍ମୃତି ରେଖା ରାଇକିଆ ଥାନାରେ ଅଭିଯୋଗ ନକରି ଗୋପାଳପୁର ଥାନା ଅଧିକାରୀଙ୍କୁ କେଉଁ ଆଧାରରେ ଜଣାଇଥିଲେ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି lପୋଲିସ ଡିଜି, ରାଜ୍ୟ ମାନବାଧିକାର କମିଶନ ଦ୍ରୁଷ୍ଟି ଦେଇ ଥାନାଧିକାରୀ ଖମାରି ଓ ତାଙ୍କ ବୋଲକରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ