ଗୋପାଳପୁର ବନ୍ଦର ପକ୍ଷରୁ ଆର୍ଯ୍ୟପଲ୍ଲୀ ଉଚ୍ଚ ବିଦ୍ୟାଳୟରେ କରୋନା ସଚେତନତା କାର୍ଯ୍ୟକ୍ରମ
ଛତ୍ରପୁର,(ଦେବଦତ୍ତ ମହାରଣା): ଗୋପାଳପୁର ବନ୍ଦର ପକ୍ଷରୁ ସୋମବାର ଆର୍ଯ୍ୟପଲ୍ଲୀସ୍ଥିତ ଉଚ୍ଚ ବିଦ୍ୟାଳୟରେ କରୋନା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କୋଭିଡ୍ – ୧୯ ସଚେତନତା କାର୍ଯ୍ୟକ୍ରମରେ ମୁନିସିପେଣ୍ଠ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ଛତ୍ରପୁର ଏବଂ ବ୍ଲକ ଶିକ୍ଷା କାର୍ଯ୍ୟାଳୟର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।ପ୍ରାୟ ନଅ ମାସର ଦୀର୍ଘ ବ୍ୟବଧାନ ପରେ, କୋଭିଡ୍ – ୧୯ ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରିବା ସହ ୮ ଜାନୁଆରୀରେ ସାରା ରାଜ୍ୟରେ ବିଦ୍ୟାଳୟଗୁଡ଼ିକ ପୁନଃ ଆରମ୍ଭ କରାଯାଇଛି | ଏହି ସଚେତନତା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ପରିସରରେ କିପରି ସାମାଜିକ ଦୂରତା ବଜାୟ ରଖିବେ, କିପରି ସୁରକ୍ଷିତ ଭାବରେ ମାସ୍କ ପିନ୍ଧିବେ ଏବଂ ବିଦ୍ୟାଳୟ ସମୟରେ ବାରମ୍ବାର ହାତ ପରିଷ୍କାର କରିବେ ସେ ବିଷୟରେ ସୂଚନା ଦିଆଯାଇଛି ।ସଚେତନତା କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷା ଅଧିକାରୀ ଅବିନାଶ ସତପଥୀ, ଆୟୁଷ ଡାକ୍ତର ମଧୁସ୍ମିତା ବେହେରା, ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ, ବିଦ୍ୟାଳୟର ସଭାପତି କେ.ଏଲେୟା, ଅଜୟ କୁମାର ମିଶ୍ର, ଉପ ସଭାପତୀ (ମାନବ ସମ୍ବଳ), ଗୋପାଳପୁର ବନ୍ଦର, ଛାତ୍ରଛାତ୍ରୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ ।ଗୋପାଳପୁର ବନ୍ଦର ସର୍ବଦା ସାମାଜିକ ଦାୟୀତ୍ବବୋଧ (ସି ଏସ ଆର) ପ୍ରତି ପ୍ରତିବଦ୍ଧ। ଗୋପାଳପୁର ବନ୍ଦର ପକ୍ଷରୁ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କୁ ମାସ୍କ ଏବଂ ଜିବାଣୁନାଶକ ସାବୁନ୍ ବଣ୍ଟନ କରାଯାଇଛି |