ଗୋପାଳପୁର ବନ୍ଦର ପକ୍ଷରୁ ଆର୍ଯ୍ୟପଲ୍ଲୀ ଗ୍ରାମରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଆୟୋଜିତ

ଛତ୍ରପୁର, (ଦେବଦତ୍ତ ମହାରଣା):ଗୋପାଳପୁର ବନ୍ଦର ପକ୍ଷରୁ ଏହାର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଅଧୀନରେ ନିକଟସ୍ଥ ଆର୍ଯ୍ୟପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଏକ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା କେନ୍ଦ୍ର ଆୟୋଜିତ ହୋଇଯାଇଛି |ହରିପୁର-ବନ୍ଦର ଗ୍ରାମ, କାଲିପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ କେ ଆର୍ଯ୍ୟପଲ୍ଲୀ ଗ୍ରାମରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ସଫଳତାର ସହିତ ଆୟୋଜନ କରିବା ପରେ, ଏହି ସ୍ୱାସ୍ଥ୍ୟ ସେବା ଆର୍ଯ୍ୟପଲ୍ଲୀ ଗ୍ରାମରେ ଆୟୋଜନ କରାଯାଇଥିଲା।ଗୋପାଳପୁର ବନ୍ଦରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଭି ଜେ ରାଓ ଏହି ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କରିଥିଲେ | ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କରିବା ଅବସରରେ ଗୋପାଳପୁର ବନ୍ଦରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଭି ଜେ ରାଓ କହିଥିଲେ ଯେ ବନ୍ଦର ପାର୍ଶ୍ୱବର୍ତ୍ତୀ ଅଂଚଳର ଜନସାଧାରଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ନିମନ୍ତେ ଗୋପାଳପୁର ବନ୍ଦର ସର୍ବଦା ବଦ୍ଧପରିକର ଅଟେ। ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ ଓ ଯୋଗଦାନକୁ ସେ ପ୍ରଶଂସା କରିଥିଲେ। ଗୋପାଳପୁର ବନ୍ଦରର ବରିଷ୍ଠ ଉପସଭାପତି (ମାନବ ସମ୍ବଳ ଏବଂ ଶିଳ୍ପ ସମ୍ପର୍କ) ଶ୍ରୀ ଅଜୟ କୁମାର ମିଶ୍ର କହିଥିଲେ ଯେ ଏହି ଅଂଚଳର ଯୁବକ ଏବଂ ଯୁବତୀମାନେ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିପାଇଁ ବିଭିନ୍ନ ଉନ୍ନତି ମୂଳକ ପଦକ୍ଷେପ ଅବଲମ୍ବନ କରିବା ସହ ଏହି ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ରେ ଶିକ୍ଷା, ସ୍ବାସ୍ଥ୍ୟ, ପରିମଳ ଏବଂ ସ୍ଥାନୀୟ ମହିଳାମାନଙ୍କୁ ସ୍ବାବଲମ୍ବୀ କରାଯିବା ଆଦି ବିଷୟ ପ୍ରତି ସର୍ବଦା ଗୁରୁତ୍ଵ ଦିଆଯିବ | ଚଳିତ ଆର୍ଥିକ ବର୍ଷରେ ବନ୍ଦରର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଅଧିକ ରୁ ଅଧିକ ବୃକ୍ଷ ରୋପଣ କରାଯିବା ସହ ପରିବେଶ ପ୍ରତି ଯଥେଷ୍ଟ ଗୁରୁତ୍ଵ ଦିଆଯିବ ବୋଲି ଶ୍ରୀ ମିଶ୍ର ମତବ୍ୟକ୍ତ କରିଥିଲେ। ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗ ଏବଂ ଯୋଗଦାନ ଗୋପାଳପୁର ବନ୍ଦରର ପ୍ରତ୍ୟେକ କାର୍ଯ୍ୟକ୍ରମକୁ ବହୁଳ ଭାବେ ସଫଳ ଏବଂ ଉତ୍ସାହିତ କରିଛି ବୋଲି ଶ୍ରୀ ମିଶ୍ର କହିଥିଲେ |ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ଅତିଥିଙ୍କ ମଧ୍ୟରେ ଆର୍ଯ୍ୟପଲ୍ଲୀ ପଞ୍ଚାୟତ ସରପଞ୍ଚ ଶ୍ରୀ ତ୍ରିଲୋଚନ ବେହେରା ଏବଂ ଆର୍ଯ୍ୟପଲ୍ଲୀ ଗ୍ରାମ କମିଟି ସଦସ୍ୟ , ଗୋପାଳପୁର ବନ୍ଦରର ସିଫଓ ଶ୍ରୀ ବିକାଶ କୁମାର, ସହକାରୀ ଉପସଭାପତି ଶ୍ରୀ ଚିତ୍ତରଞ୍ଜନ ବାହିନୀପତି , ବରିଷ୍ଠ ଡାକ୍ତରୀ ଦଳ , ବନ୍ଦରର ବହୁ ଅଧିକାରୀ ଓ ସ୍ଥାନୀୟ ବୁଦ୍ଧିଜୀବୀ ଓ ନେତୃବୃନ୍ଦ ଉପସ୍ଥିତ ଥିଲେ | ଏହି ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ ସ୍ତ୍ରୀ ରୋଗ, ଶିଶୁ ରୋଗ ଏବଂ ଭେଷଜ ବିଭାଗ ତତ୍ୱାବଧାନରେ ମାଗଣାରେ ଚିକିତ୍ସା କରାଯାଇଥିଲା | ପାଖାପାଖି ୧୫୦ ରୁ ଅଧିକ ଲୋକଙ୍କ ସ୍ବାସ୍ଥ୍ୟ ଶିବିରରେ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଗ୍ରାମର ସରପଞ୍ଚ ତଥା ଅନ୍ୟାନ୍ୟ ନେତୃବୃନ୍ଦ ଏବଂ ବୁଦ୍ଧିଜୀବୀ ଗୋପାଳପୁର ବନ୍ଦରର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହି କାର୍ଯ୍ୟକ୍ରମକୁ ଅଧିକରୁ ଅଧିକ ଆୟୋଜନ କରିବା ପାଇଁ ଅନୁରୋଧ କରିଥିଲେ |ବନ୍ଦରର ବହୁ କର୍ମଚାରୀ ସ୍ବେଛାକୃତ ଭାବେ ଯୋଗ ଦେଇ ଏହି ଶିବିରର ସଫଳ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ