ଗୋପାଳପୁର ବନ୍ଦର ପକ୍ଷରୁ ଡୁବୁଲୀ ଛକ ଠାରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଓ ପରୀକ୍ଷଣ କେନ୍ଦ୍ର ଉଦଘାଟିତ

ଛତ୍ରପୁର, (ଦେବଦତ୍ତ ମହାରଣା):ଗୋପାଳପୁର ବନ୍ଦର ଏହାର କର୍ପୋରେଟ ସାମାଜିକ ଦାୟିତ୍ବବୋଧ ଶାଖା ଅଧୀନରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟସେବା ଓ ପରୀକ୍ଷଣ କେନ୍ଦ୍ର ସ୍ଥାନୀୟ କଣମଣା ପଞ୍ଚାୟତର ଡୁବୁଲି ଛକ ଠାରେ ଉଦ୍ଘାଟନ ହୋଇଯାଇଛି । ଗୋପାଳପୁର ବନ୍ଦରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଭି ଜେ ରାଓ ଏହି ସ୍ୱାସ୍ଥ୍ୟସେବା କେନ୍ଦ୍ରଟିକୁ ଉଦ୍ଘାଟନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଅଜୟ କୁମାର ମିଶ୍ର,ଉପସଭାପତି (ମାନବ ସମ୍ବଳ ଓ ଶିଳ୍ପ ସମ୍ପର୍କ,) ଗୋପାଳପୁର ବନ୍ଦର ,ଶ୍ରୀ ଚିତରଞ୍ଜନ ବାହିନୀପତି, ଏଭିପି( ମାନବ ସମ୍ବଳ ଶିଳ୍ପ ସମ୍ପର୍କ) ଏବଂ ସ୍ଥାନୀୟ ଗ୍ରାମବାସୀ ,ବୁଦ୍ଧିଜୀବୀ ଓ ବନ୍ଦର ଅଧିକାରୀ ମାନେ ଉପସ୍ଥିତ ଥିଲେ।ଏହି ଅବସରରେ ଗୋପାଳପୁର ବନ୍ଦର ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଭି ଜେ ରାଓ କହିଥିଲେ ଯେ ବନ୍ଦରର ପାର୍ଶ୍ଵବର୍ତ୍ତି ଅଞ୍ଚଳରେ ସ୍ୱାସ୍ଥ୍ୟ, ଶିକ୍ଷା, ପରିମଳ ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ ଗୋପାଳପୁର ବନ୍ଦର ସର୍ବଦା ବଦ୍ଧପରିକର।ଶ୍ରୀ ଅଜୟ କୁମାର ମିଶ୍ର,ଉପ ସଭାପତି (ମାନବ ସମ୍ବଳ ଶିଳ୍ପ ସମ୍ପର୍କ ) କହିଥିଲେ ଯେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ରେ ସବୁ ବୟସ ବର୍ଗର ଲୋକେ ଉପକୃତ ହେବେ।ଏହି ସୁବିଧାର ସଦଉପଯୋଗ କରିବା ପାଇଁ ଶ୍ରୀ ମିଶ୍ର ସ୍ଥାନୀୟ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।ଏହି ସ୍ୱାସ୍ଥ୍ୟସେବା ଉପକ୍ରମରେ ସ୍ତ୍ରୀ ପ୍ରସୂତୀ ବିଶେଷଜ୍ଞ ,ଶିଶୁ ରୋଗ ବିଶେଷଜ୍ଞ ଏବଂ ସାଧାରଣ ଚିକିତ୍ସକ ବିଭାଗର ଦକ୍ଷ ଡାକ୍ତରଙ୍କ ଦ୍ୱାରା ବିଭିନ୍ନ ରୋଗର ନିରୂପଣ ପରୀକ୍ଷା ଓ ପରାମର୍ଶ ଇତ୍ୟାଦି ବିନା ମୂଲ୍ୟରେ ଜନସାଧାରଣ ମାନେ ପାଇପାରିବେ ।ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗୋପାଳପୁର ବନ୍ଦର ଏହାର କର୍ପୋରେଟ ଦାୟିତ୍ବବୋଧ ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ବନ୍ଦର ପାର୍ଶ୍ଵବର୍ତ୍ତି ଅଞ୍ଚଳରେ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହାତକୁ ନେଇଛି । ସ୍ଥାନୀୟ ଜନସାଧାରଣଙ୍କ ପାଇଁ ଭତ୍ତିଭୂମିର ବିକାଶ ଆଧାରିତ ଏକାଧିକ ପ୍ରକଳ୍ପ କାର୍ଯ୍ୟକାରି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ