ଗୋପାଳପୁର ବନ୍ଦର ପକ୍ଷରୁ ପେଟ୍ରୋଲିଂ ଭ୍ୟାନ ପ୍ରଦାନ

ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍‌): ଗୋପାଳପୁର ବନ୍ଦର ସଦାସର୍ବଦା କମ୍ପାନୀ ସାମାଜିକ ଦାୟତ୍ୱବୋଧକୁ ଗୁରୁତ୍ୱ ଦେଇ ଆସିଛି । ଏହି ପରିପ୍ରେକ୍ଷୀରେ ସୋମବାର ସନ୍ଧ୍ୟାରେ ଗଂଜାମ ପୁଲିସ ଜିଲ୍ଲାକୁ ଏକ ପେଟ୍ରୋଲିଂ ଭ୍ୟାନ କୁ ଗୋପାଳପୁର ବନ୍ଦର ପକ୍ଷରୁ ପ୍ରଦାନ କରାଯାଇଛି । ଗଂଜାମ ଏସପି ବ୍ରିଜେଶ କୁମାର ରାଏଙ୍କୁ ଭ୍ୟାନର ଚାବି ଗୋପାଳପୁର ବନ୍ଦରର ଡେପୁଟି ସିଇଓ ସନ୍ଥ ଖରେ ପ୍ରଦାନ କରିଥିଲେ । ପରେ ଏସପି ଶ୍ରୀ ରାଏ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଭ୍ୟାନ ଦ୍ୱାରା ପେଟ୍ରୋଲିଂ କରିବା ସହାୟକ ହେବ ବୋଲି କୁହାଯାଇଥିଲ।। ଏଥିରେ ଗୋପାଳପୁର ବନ୍ଦର (ଏଚ୍‌ଆର ଏଣ୍ଡ ଆଇଆର ) ଭିସି ଶାନ୍ତନୁ ମହାପାତ୍ର , ମୁଖ୍ୟ ସୁରକ୍ଷା ଅଧିକାରୀ କର୍ଣ୍ଣେଲ ସୈାମିତ୍ର କୁମାର ପଟ୍ଟନାୟକ, ଗଂଜାମ ପୁଲିସ ଜିଲ୍ଲାର ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଡିଏସପି ଉତ୍କଳ କେଶରୀ ଦାଶ ଓ ଅଜୟ ମହାପାତ୍ର, ରିଜର୍ଭ ଇନିସପେକ୍ଟର ଗଙ୍ଗାଧାର ଧାଙ୍ଗର, ଏ.ରାବଣା ରାଓ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ