ପୁର୍ବତନ ସରପଞ୍ଚ ସ୍ୱର୍ଗତ ରାଜୁ ନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭା

ବେଲଗୁଣ୍ଠା,( ଶିବରାମ ଚୌଧୁରୀ) : ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତର ପୁର୍ବତନ ସରପଞ୍ଚ ସ୍ୱର୍ଗତ ରାଜୁ ନାୟକଙ୍କ ଦ୍ୱାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।ଏହି ସଭାରେ ସୋରଡା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏ ଅଞ୍ଚଳର ହୋଇଥିବା ଉନ୍ନତି ମୁଳକ କାର୍ଯ୍ୟ ପାଇଁ ସ୍ୱର୍ଗତ ନାୟକଙ୍କ ଭୁମିକା ଅତୁଳନୀୟ ବୋଲି ପ୍ରକାଶ କରିଥିଲେ ।ପ୍ରାକ୍ତନ ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ସଭାପତିତ୍ୱରେ ହୋଇଥିବା ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ୟତମ ଅତିଥି ଭାବେ ଭଞ୍ଜନଗର ଆର୍.ସି.ଏମ୍.ଏସ୍ ର ସଭାପତି ତ୍ରିଲୋଚନ ଜେନା, ବେଲଗୁଣ୍ଠା ପୁର୍ବତନ ନଗରପାଳ ଚନ୍ଦ୍ରମଣି ସାମଲ, ବେଲଗୁଣ୍ଠା ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ବ୍ଳକ୍ ବିଜେଡି ସମ୍ପାଦକ ଏସ୍.ରାମେଶ୍ବର ପାତ୍ର, ଜିଲ୍ଲା ଯୁବ ବିଜେଡି ଉପ-ସଭାପତି ତଥା ବେଣୀପଲ୍ଲୀ ସମିତି ଦୂର୍ଗା ମାଧବ ନାୟକ, ବ୍ଳକ୍ ଯୁବ ବିଜେଡି ସଭାପତି ରାଜେନ୍ଦ୍ର ସାହୁ, ଆମ୍ବପୁଆ ସରପଞ୍ଚ ପ୍ରମୋଦ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଅମିତ୍ ନାୟକ,ଧୁମୁଛାଇ ସରପଞ୍ଚ ମନୋଜ ପ୍ରଧାନ, ଗାଙ୍ଗପୁର ସମିତି ସଭ୍ୟ ତୁଷାର ବିଷୋୟୀ,ପୁର୍ବତନ ସମିତି ସଭ୍ୟ ବିଦ୍ୟାଧର ବିଷୋୟୀ,ରାଜ କିଶୋର ବିଷୋୟୀ,ପୁର୍ବତନ ନାଏବ ସରପଞ୍ଚ ମାଧବ ଆପଟ ପ୍ରମୁଖ ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ ।ଏହି ସଭାରେ ସ୍ୱର୍ଗତ ନାୟକଙ୍କ ଦୁଇ ପୁତ୍ର ଜ୍ୟୋତି ରଞ୍ଜନ ଓ ଚନ୍ଦ୍ରଶେଖର ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ