ଗୋପାଳ ପାତ୍ରଙ୍କ ପେଶା ଶିକ୍ଷକତା ଓ ନିଶା ବୃକ୍ଷ ରୋପଣ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ପେଶାରେ କ୍ରୀଡା ଶିକ୍ଷକ, ମାତ୍ର ଅବସର ସମୟରେ ବିଭିନ୍ନ ଅନୁଷ୍ଠାନରେ ବୃକ୍ଷ ରୋପଣ କରିବା ସହ ବୃକ୍ଷ ମୂଳ ସଫାସୁତୁରା କରିବା ଓ ବୃକ୍ଷ ମୂଳରେ ପାଣି ଦେଇ ବୃକ୍ଷକୁ ବଢ଼ାଇବା ହେଉଛି ତାଙ୍କର ଏକ ନିଶା। ବୃକ୍ଷ ବଞ୍ଚିଲେ ପରିବେଶ ସୁରକ୍ଷିତ ରହିବ ଓ ବିଶ୍ୱର ଜୀବ ଜଗତ ସୁସ୍ଥ ରହିପାରିବେ, ଏହି ମହତ ଉଦ୍ଦେଶ୍ୟ ହେଉଛି ତାଙ୍କର ମୁଖ୍ୟ ଚିନ୍ତାଧାରା। ଶିକ୍ଷକତା କରୁଥିବା ନିଜର ବିଦ୍ୟାଳୟ ହତାରେ ଛାତ୍ରଛାତ୍ରୀଙ୍କ ସହଯୋଗରେ ବିଭିନ୍ନ ବୃକ୍ଷ ରୋପଣ କରି ଖରାଦିନେ ପାଣିଦେବା ସହ ବୃକ୍ଷ ମୂଳ ସଫା ସୁତୁରା କରିବା ହେଉଛି ତାଙ୍କର ନିତିଦିନିଆ କାର୍ଯ୍ୟ। ସେହି ପ୍ରରିବେଶ ପ୍ରେମୀ ବ୍ୟକ୍ତି ଜଣକ ହେଉଛନ୍ତି ତାଳସାକାର ଗ୍ରାମର ମହାମାୟୀ ଉଚ୍ଚ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ବି.ଗୋପାଳ ଚନ୍ଦ୍ର ପାତ୍ର। ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ କ୍ରୀଡା ଶିକ୍ଷା ସହ ଯୋଗ ଶିକ୍ଷା ମଧ୍ୟ ଦେଇଥାନ୍ତି କ୍ରୀଡା ଶିକ୍ଷକ ଶ୍ରୀ ପାତ୍ର। ନିଜର କର୍ମସ୍ଥଳୀ ସହ ବିଭିନ୍ନ ଅନୁଷ୍ଠାନର ପରିସର ମଧ୍ୟରେ ଆମ୍ବ, ପଣସ, ଲେମ୍ବୁ ପ୍ରଭୃତି ଫଳ ଗଛ ଲଗାଇ ଥାଆନ୍ତି। ବୁଗୁଡା ସହର ନିକଟସ୍ଥ ଷୋହଳ ମଇଲ ଛକ ନିକଟରେ ଥିବା ହନୁମାନ ମନ୍ଦିରରେ ପରିସରରେ ଶ୍ରୀ ପାତ୍ର ଏହି ସବୁ ବୃକ୍ଷ ରୋପଣ କରୁଥିବା ଦେଖିବାକୁ ମିଳିଥିଲା । ଶ୍ରୀ ପାତ୍ରଙ୍କ ଏହି ପ୍ରକାର କାର୍ଯ୍ୟକୁ ବୁଦ୍ଧିଜୀବୀ ବୃନ୍ଦ ଉଚ୍ଚ ପ୍ରଶଂସା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ