ଗୋପାଷ୍ଟାମୀ ଅବ୍ୟହତି ପୂର୍ବରୁ କରଞ୍ଜିଆ ରେ ବିଶାଳ ହିନ୍ଦୁଜାଗରଣ ସଭାଯାତ୍ରା ଆୟୋଜିତ

କରଞ୍ଜିଆ,(ଜିତେନ୍ଦ୍ର ରାଜ):କରଞ୍ଜିଆ ସହର ର ୱାର୍ଡ ନଂ ୧୫ ଠାରେ ଥିବା ସଂକଳ୍ପସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ “ଗୋ ଧାମ “ଗୋ ଶାଳା ଠାରେ ଆସନ୍ତା ୮ ରୁ ୧o ପର୍ଯ୍ୟନ୍ତ ଗୋପାଷ୍ଟମୀ ଅବସରରେ ୩ ଦିନିଆ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବାର ଅବ୍ୟାହତି ପୂର୍ବରୁ ଶୋଭାଯାତ୍ରା ରେ ବିଭିନ୍ନ ହିନ୍ଦୁ ସଂଗଠନ ଓ ସନାତନୀ ଭାଇ ଭଉଣୀ ଯୋଗଦେଇଥିଲେ ଆମ ସଂସ୍କାର, ସଂସ୍କୃତି ଓ ଜନଜୀବନ ରେ ଗୋ ସୁରକ୍ଷା ଓ ଗୋ ସମୃଦ୍ଧି ସାମ୍ପ୍ରତିକି ଆହ୍ୱାନ ରେ ଅଧିକରୁ ଅଧିକ ଯୁବସମାଜ ଓ ସନାତନୀ ଭାଇ ଭଉଣୀ ଙ୍କ ଅନ୍ତର୍ଭୁକ୍ତି ଓ ହିନ୍ଦୁତ୍ୱ ର ପ୍ରବାହ କୁ ବଳିଷ୍ଠ କରିବା ନିମନ୍ତେ ହିନ୍ଦୁଜାଗରଣ ସଭାଯାତ୍ରା ଅନୁଷ୍ଠିତ ହୋଇଛି ସଭାଯାତ୍ରା ଟି ମିଳନପଡ଼ିଆ ଠାରୁ ଆରମ୍ଭ ହୋଇ ସିନେମାହଲ ଛକ, ଦୋଳପଡ଼ିଆ, ଅମ୍ବିକା ମନ୍ଦିର ଛକ, ଏନଏସି ଛକ, ମାଣିକଛକ ହୋଇ ସ୍ଥାନୀୟ ସଙ୍ଗୀତ ମହାବିଦ୍ୟାଳୟ ପରିସରରେ ସମାପନ ହୋଇଥିଲା କାର୍ଯ୍ୟକ୍ରମ ରେ ସଂକଳ୍ପସେବା ଟ୍ରଷ୍ଟ ଗୋଶାଳା ରସମ୍ପାଦକ ପ୍ରଶାନ୍ତ କୁମାର ମିଶ୍ର, ରାକେଶ ଅଗ୍ରୱାଲ,ବିଶ୍ଵହିନ୍ଦୁପରିଷଦ ଜିଲ୍ଲା ସଭାପତି ସ୍ମୃତିମୟ ମହାନ୍ତ, ବିଶ୍ବହିନ୍ଦୁ ପରିଷଦ ପ୍ରାନ୍ତ ସତସଙ୍ଗ ପ୍ରମୁଖ, ହରିହର ତ୍ରିପାଠୀ,ବସନ୍ତ କୁମାର ଦାନୀ, ପ୍ରାନ୍ତ ବିଶେଷ ସମ୍ପର୍କ ପ୍ରମୁଖ ବିପିନ୍ ବିହାରୀ ପଣ୍ଡା,ବଜରଙ୍ଗଦଳ ପ୍ରାନ୍ତ ସହ ସଂଯୋଜକ ଅକ୍ଷୟ କୁମାର ସାହୁ, ପ୍ରାନ୍ତ ସହପ୍ରମୁଖ ଧର୍ମ ପ୍ରସାର ଘନଶ୍ୟାମ ମହାନ୍ତ, କେନ୍ଦୁଝର ବିଭାଗ ସମ୍ପାଦକ ସ୍ଵପ୍ନେଶ୍ୱର୍ ସାହୁ, କେନ୍ଦୁଝର ଜିଲ୍ଲା ସମ୍ପାଦକ ଯଦୁନାଥ ମହାନ୍ତ, ପଶ୍ଚିମ ମୟୁରଭଂଜ ଜିଲ୍ଲା ସମ୍ପାଦକ ସ୍ବାମୀ ଧିରେନ୍ଦ୍ରାଚାର୍ଯ୍ୟ ଜି ମହାରାଜ,ସ୍ବାମୀ ଚିଦାନନ୍ଦ ଆଚାର୍ଯ୍ୟ,ସ୍ବାମୀ ଗୋଲକ ଦାସ ଓ ଅନ୍ୟମାନେପ୍ରାନ୍ତ ବୈଧିକ ପ୍ରମୁଖ ହରିହର ତ୍ରିପାଠୀ,ବାବାଧୀରେନ୍ଦ୍ର ଆଚାର୍ଯ୍ୟ, କଟନ ବାବା, କୃପାସିନ୍ଧୁ ମହାନ୍ତ, ଆଶିଷ କୁମାର ଯଦୁନାଥ ମହାନ୍ତ, ଦୟାନିଧି ଦାସ, ସୁଭାଶିଷ ଚୌଧୁରୀ ଙ୍କ ସହିତ ଏକ ହଜାର ରୁ ଉର୍ଦ୍ଧ ସନାତନୀ ଯୁବକ, ମହିଳା ଓ ବ୍ୟକ୍ତି ଯୋଗଦେଇଥିଲେ
କାର୍ଯ୍ୟକ୍ରମ ପରେ ସଙ୍ଗୀତ ମହାବିଦ୍ୟାଳୟ ଠାରେ ସ୍ବାମୀ ଧିରେନ୍ଦ୍ରାଚାର୍ଯ୍ୟ ଜି ମହାରାଜ,ସ୍ବାମୀ ଚିଦାନନ୍ଦ ଆଚାର୍ଯ୍ୟ ,ସ୍ବାମୀ ଗୋଲକ ଦାସ ସ୍ମୃତିମୟ ମହାନ୍ତ, ରାକେଶ ଅଗ୍ରୱାଲ, ପ୍ରଶାନ୍ତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ସମବେତ ସନାତନୀ ହିନ୍ଦୁ ଭାଇ ଭଉଣୀ ଙ୍କୁ ଗୋ ରକ୍ଷା ଓ ଗୋ ସମୃଦ୍ଧି ଓ ସାମ୍ପ୍ରତିକ ପରିସ୍ଥିତି ରେ ହିନ୍ଦୁ ଭାଇ ଭଉଣୀ ମାନେ ଏକତା ପ୍ରଦର୍ଶନ ବିଷୟ ରେ ନିଜ ନିଜ ବକ୍ତବ୍ୟ ମାଧ୍ୟମରେ ଆଲୋକପାତ କରିଥିଲେ
ସମସ୍ତ କାର୍ଯ୍ୟକ୍ରମ କୁ ସଞ୍ଜୀବ ସାହୁ,ସୁଧୀର ଭାରୁକା,ମୋହିତ ଦାସ,ସଞ୍ଜୀବ ପାଣିଗ୍ରାହୀ,ଦିଲ୍ଲୀପ ମହାନ୍ତ,ଚନ୍ଦନ ପାତ୍ର ପରିଚାଳନା ରେ ସହଯୋଗ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ