ଗୋପିନାଥପୁରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ବନ୍ତ, ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗୋପିନାଥପୁର ପଞ୍ଚାୟତରେ ସ୍ୱେଚ୍ଛାସେବୀ ସଂସ୍ଥା ସି.ଏଫ.ଡବ୍ଲ୍ୟୁ.ଏସ୍‌.ଡି ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଲୋକଶକ୍ତି ଓ ଜଗତଜ୍ୟୋତି ମହିଳା ମହାସଂଘ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ନାରୀନେତ୍ରୀ ତୁଳସୀ ମଲ୍ଲିକ, ସରୋଜିନୀ ସାହୁ, ସୀତା ରାଉଳ, ଭାରତୀ ଦାସ, କୌଶଲ୍ୟା ଶିଅଳ, ସୁଜାତା ଜେନା, ମମତା ମହାପାତ୍ର, ମମତା ବେଜ, ପାର୍ବତୀ ଜେନାଙ୍କ ନେତୃତ୍ୱରେ ଶତାଧିକ ମହିଳା ହାତରେ ବ୍ୟାନର, ପ୍ଲାକାର୍ଡ ଧରି ମହିଳା ସଶକ୍ତିକରଣ, ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, କୋଭିଡ୍ ସଚେତନତା, ନାରୀ ନିର୍ଯ୍ୟାତନା, ମହିଳା ହିଂସା, ନିଶାନିରୋଧ ଆଦି ବିଭିନ୍ନ ସ୍ଲୋଗାନ ଓ ସଂଗୀତ ଗାନ କରି ଗୋପିନାଥପୁର, ତାଜିପୁର, ତୁଳସୀପୁର, ମାର୍କଣ୍ଡପୁର ଆଦି ଗ୍ରାମ ପରିକ୍ରମା କରିଥିଲେ । ସି.ଏଫ.ଡବ୍ଲ୍ୟୁ.ଏସ୍‌୍‌.ଡିର ସଂପାଦକ ତଥା ଶିକ୍ଷାବିତ୍ ଗୋପନିାଥ ଦାଶଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ତଥା କାର୍ଯ୍ୟକାରୀ ସଂପାଦକ ନୃସିଂହ ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ତାଲିମ ସଂଯୋଜକ ପ୍ରଦୀପ ଜେନା, ଟି. ଅଜୟ କୁମାର, ସ୍ୱେଚ୍ଛାସେବୀ ରାଜେଶ ଦାସ, ଜନ୍ମେଞ୍ଜୟ ମହାନ୍ତି, ତନ୍ମୟୀ ଦାସ, ମିନାକ୍ଷୀ ସାହୁ, ଜୟନ୍ତୀ କଟୁଆଳ, ସରସ୍ୱତୀ ଦାସ, ଉର୍ମିଳା ଜେନା, ବିମଳା ସେଠୀ, ସରସ୍ୱତୀ ସେଠୀ, ସୂର୍ଯ୍ୟମଣି ସାହୁ, ମଞ୍ଜୁଲତା ସାହୁ, ଚମ୍ପା ସାହୁ, ପ୍ରମିଳା ସାହୁ, କଳ୍ପନା ଜେନା, ଅଞ୍ଜଳୀ ଜେନା, କୁଞ୍ଜଲତା ଜେନା, ଲକ୍ଷ୍ମୀ ଜେନା, ଅଞ୍ଜଳି ଧଡା, ମମତା ପାଣିଗ୍ରାହୀ, ଜୟନ୍ତୀ ସାହୁ, ସସ୍ମିତା ମହାନ୍ତି, ରୀନାରାଣୀ ପାଲ, ଗୀତାଞ୍ଜଳି ନାୟକ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ