ଗୋପୀନାଥ ମନ୍ଦିରର ହୁଣ୍ଡିରୁ ଚୋରି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ଗଜପତି ବଂଶୀୟ ମହାରାଜା ପରିବାର ତରଫରୁ ନିର୍ମିତ ଲିହୁରୀ ଗ୍ରାମରେ ଥିବା ଗୋପୀନାଥ ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି ହୋଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲା କାଶୀନଗର ନିକଟସ୍ଥ ଓଡିଶା ଆନ୍ଧ୍ର ସୀମାନ୍ତରେ ଥିବା ଦକ୍ଷିଣ ଓଡିଶା ଓ ଆନ୍ଧ୍ରରେ ପ୍ରସିଦ୍ଧି ଲାଭ କରିଥିବା ଲିହୁରୀ ଗୋପୀନାଥ ମନ୍ଦିରରୁ କୌଣସି ଦୁର୍ବୃତ୍ତହୁଣ୍ଡି ଭାଙ୍ଗି ଚୋରି କରିଛନ୍ତି । ହୁଣ୍ଡି ଟିକୁ ଚୋରି କରି ନେଇ ହୁଣ୍ଡି ଭାଙ୍ଗି ସେଥିରୁ ଟଙ୍କା ବାହାର କରି ହୁଣ୍ଡିଟିକୁ ସେଠାରେ ଫୋପାଡି ଦୁର୍ବୃତ୍ତମାନେ ଚାଲିଯାଇଛନ୍ତି । ବର୍ତ୍ତମାନ ଗୋପୀନାଥ ମହାପ୍ରଭୁଙ୍କ ଯାତ୍ରା ଚାଲିଛି । ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ବାତିଲି ଥାନା ଅଞ୍ଚଳରେ ଏହା ଆସୁଥିଲେ ସୁଦ୍ଧା ଓଡିଶା ସୀମାରୁ ଏହାର ଦୂରତା ୨କିମି ଦୂର ଅଟେ । ବାତିଲି ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ôଚ ତଦନ୍ତ ଜାରି ରଖିଛି । ଏଠାରେ ସୂଚନା ଯୋଗ୍ୟ ଏହି କି ଯେ, ଏହି ଗୋପୀନାଥ ମନ୍ଦିରଟି ବର୍ତ୍ତମାନ ସୁଦ୍ଧା ପାରଳାଖେମୁଣ୍ଡି ମହାରାଜାଙ୍କ ଅଧିନରେ ରହିଛି । ଏହି ପୁରାତନ ଗୋପୀନାଥ ମନ୍ଦିର ଯେଉଁ ଲିହୁରୀ ଗ୍ରାମରେ ଅବସ୍ଥିତ ସେହି ଗ୍ରାମରେ ଶତକଡା ୯୦ ଭାଗ ଓଡିଆ ଲୋକ ବସବାସ କରନ୍ତି । ଏହି ମନ୍ଦିରରର ପୂଜାରୀ ମଧ୍ୟ ଓଡିଆ ବ୍ରାହ୍ମଣ ଅଟନ୍ତି । ପାରଳା ମହାରାଜା ପରିବାରର ଅଧିନରେ ଥିବା ଏହି ମନ୍ଦିର ହୁଣ୍ଡି ଚୋରୀ ଘଟଣା ନେଇ ପାରଳାବାସୀ ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ଆନ୍ଧ୍ର ପୋଲିସ ଏ ନେଇ ବିହିତ ପଦକ୍ଷେପ ଗ୍ରହଣ କରି ଦୁର୍ବୃତମାନଙ୍କୁ ଗିରଫ କରନ୍ତୁ ବୋଲି ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ