ଦୀର୍ଘ ୧୩ମାସ ପରେ ପାରଳାରେ ପହଂଚିଲା କୋଭିଡ ସ୍ୱତନ୍ତ୍ର ଟ୍ରେନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଦୀର୍ଘ ୧୩ ମାସ ପରେ ଆଜି ପାରଳାଖେମୁଣ୍ଡି ରେଳ ଷ୍ଟେସନ ଠାରେ ପହଂଚିଲା କୋଭିଡ ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ । ଏହି ଟ୍ରେନଟି ବିଶାଖାପାଟଣା ଠାରୁ ବାହାରି ପାରଳାଖେମୁଣ୍ଡି ରେଳ ଷ୍ଟେସନ ଠାରେ ସକାଳ ୧୦.୩୫ ଘଣ୍ଟା ସମୟରେ ପହଞ୍ôଚଥିଲା । ଏହି ଟ୍ରେନଟି ବିଶାଖାପାଟଣା ଠାରୁ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଓ ରାୟଗଡ ଜିଲ୍ଲାର ଗୁଣୁପୁର ପର୍ଯ୍ୟନ୍ତ ପୂର୍ବରୁ ଦୈନିକ ଚଳାଚଳ କରୁଥିଲା । ଆଜି ଠାରୁ ପୁଣି ଏହି ଟ୍ରେନଟି ଠିକ୍ ପୂର୍ବ ଭଳି ନିର୍ଦ୍ଧରିତ ସମୟରେ ଚଳାଚଳ କରିବ । ହେଲେ ବର୍ତ୍ତମାନ ଏହି ଟ୍ରେନଟି ନାମ କୋଭିଡ ସ୍ୱତନ୍ତ୍ର ଏକ୍ସପ୍ରେସ ବୋଲି ରଖାଯାଇଛି । ଟ୍ରେନଟି ଏକ୍ସପ୍ରେସ ହେଲେ ମଧ୍ୟ ବିଶାଖାପାଟଣା ଠାରୁ ଆରମ୍ଭ କରି ପାରଳାଖେମୁଣ୍ଡି ଓ ଗୁଣୁପୁର ରେଳ ଷ୍ଟେସନ ମଧ୍ୟରେ ଥିବା ସମସ୍ତ ଷ୍ଟେସନରେ ଟ୍ରେନଟି ପୂର୍ବଭଳି ରହଣୀ ରଖାଯାଇଛି । ଦୀର୍ଘ ୧୩ମାସ ପରେ ଏହି ଟ୍ରେନଟି ପୁଣି ଚଳାଚଳ କରିଥିବାରୁ ଗଜପତି ଜିଲ୍ଲାବାସୀଙ୍କ ଠାରେ ଆନନ୍ଦର ଲହରୀ ଖେଳିଯାଇଛି ।


